ଭଦ୍ରକ (ହରିହର ନାୟକ):ଭଦ୍ରକଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା। ଏହି ଜିଲ୍ଲାରେ ୮୫ ପ୍ରତିଶତ ଚାଷୀ ଧାନ ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ଏହା ଭିତରେ ଜିଲ୍ଲାରେ ଧାନ କଟା ଶେଷ ହୋଇଯାଇଥିବା ବେଳେ ଚାଷୀ ତାର ଧାନ ବିକ୍ରି କରିବା ପାଇଁ ସରକାରୀ ମଣ୍ଡି ଖୋଲି ନାହିଁ। ଆସନ୍ତା ୫ ତାରିଖରେ ସରକାରୀ ଧାନ ମଣ୍ଡି ଖୋଲିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି କରାଯାଇଥିବା ବେଳେ ଧାନ ଅମଳ ଅତିଥିବା ଚାଷୀଙ୍କ ଧାନ ବୋହି ନେଇ ଗଲେଣି ବଙ୍ଗ ବେପାରୀ।
ଅନଲାଇନ୍ ପଞ୍ଜୀକରଣ କରି ଚାଷୀ ଧାନ ବିକ୍ରି କରିବାକୁ ଚାହୁଁ ଥିବା ବେକେ ମଣ୍ଡି ଖୋଲି ନଥିବା ଓ ଅନେକ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ଟୋକନ ନମିଳିବା ଦୁଃଖର କଥା ହୋଇଛି। ବାହାର ବେପାରୀ ଏହାର ସୁଯୋଗ ନେଇ ଚାଷୀଙ୍କ ଠାରୁ କୁଇଣ୍ଟାଲ ପ୍ରତି ୧୫୦୦ରୁ ୧୯୦୦ ଟଙ୍କାରେ ଧାନ ଉଠାଇ ନେଉଛନ୍ତି। ଚାଷୀ ଅଭାବୀ ଧାନ ବିକ୍ରିର ଶୀକାର ହେଉଛନ୍ତି। ଅନେକ ଗରିବ ଚାଷୀ ସେମାନଙ୍କର ଘରୋଇ ଖର୍ଚ୍ଚ ପାଇଁ ସରକାରୀ ମଣ୍ଡି ଖୋଲିବା ପର୍ଯ୍ୟନ୍ତ ଅପେଖା ନକରି ଏହି ବାହାର ବେପାରୀଙ୍କୁ ସେମାନଙ୍କର ଧାନ ଟେକି ଦେବାକୁ ବାଧ୍ୟ ହୋଇଛନ୍ତି।
ଆହୁରି ପଢ଼ନ୍ତୁ: Balochistan : ବଲୁଚିସ୍ତାନରୁ ଜୟଶଙ୍କରଙ୍କୁ ଚିଠି
ଭଦ୍ରକ ଜିଲ୍ଲାରେ ୧୦୫ଟି ସମବାୟ ସଂସ୍ଥା
ପ୍ରକାଶ ଥାଉକି ଜିଲ୍ଲାରେ ୧୦୫ଟି ସମବାୟ ସଂସ୍ଥା ଓ ୫୦ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଏଥର ଧାନ କିଣା ଯିବା ପାଇଁ ଯୋଜନା କରାଯାଇଛି। ଏହି ମଣ୍ଡିରେ ଚାଷୀ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ କୁଇଁଣ୍ଟାଲ ପ୍ରତି ୩୧ ଶହ ୮୦ ଟଙ୍କାରେ ଧାନ ବିକ୍ରି କରିବା ପାଇଁ ଘୋଷଣା ହୋଇଛି। ସରକାରୀ ମଣ୍ଡିରେ ଏହି ମୂଲ୍ୟରେ ଚାଷୀ ଧାନ ବିକ୍ରି କରିବା ପୂର୍ବରୁ ଚାଷୀ ଆନ୍ଧ୍ର ଓ ବଙ୍ଗ ବେପାରୀଙ୍କୁ ଧାନ ଟେକି ଦେଲେନି। ଯେଉଁ ଚାଷୀ ଆଗୁଆ ବାହାର ଦଲାଲଙ୍କ ଜରିଆରେ ଧାନ ବିକ୍ରି କରୁଛନ୍ତି। ସେମାନେ ଅଭାବୀ ବିକ୍ରିର ଶୀକାର ହେଲେଣି। ସରକାରୀ ଭାବରେ ଧାନ କିଣା ତାରିଖ ଆଗୁଆ କରୁଥିଲେ ଚାଷୀଙ୍କୁ ଅଭାବୀ ଧାନ ବିକ୍ରିର ଶିକାର ହେବାକୁ ପଡ଼ିନଥାନ୍ତା। ଭଦ୍ରକ ଜିଲ୍ଲାରେ ଡିସେମ୍ବର ପ୍ରଥମ ସପ୍ତାହରୁ ଚାଷୀ ଧାନ କାଟିବା ଆରମ୍ଭ କରିଥିଲେ। ଧାନ କଟା ଶେଷ ହୋଇଥିବା ବେଳେ ଧାନ ବିକ୍ରି ଆରମ୍ଭ ନହେବା ପରିତାପର ବିଷୟ ହୋଇଛି।
ଆହୁରି ପଢ଼ନ୍ତୁ: Bullet Train : ଅଗଷ୍ଟ ୧୫ରେ ଚାଲିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ
ତୁରନ୍ତ ଧାନ ମୁଣ୍ଡି ଖୋଲିବାକୁ ଦାବି
ଆଜି ପର୍ଯ୍ୟନ୍ତ ମଣ୍ଡି ଖୋଲା ନଯିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଠି ହେଉଛି। ଜିଲ୍ଲାରେ ଆହୁରି ଅନେକ ଚାଷୀ ଧାନ ଅମଳ କରି ଖଳାରେ ରଖିଛନ୍ତି। ଚାଷୀମାନେ ତୁରନ୍ତ ଧାନ ମୁଣ୍ଡି ଖୋଲିବାକୁ ଦାବି କରି ଥିବା ବେଳେ ଚାଷୀଙ୍କର ଏଭଳି ଅବସ୍ଥା ପାଇଁ ତୁରନ୍ତ ବ୍ୟବସ୍ଥା କରନ୍ତୁ ବୋଲି ଜିଲ୍ଲା ନବନିର୍ମାଣ କୃଷକ ସଂଗଠନର ସଂଯୋଜକ ତ୍ରିଲୋଚନ ପଣ୍ଡା, ସୀତାକାନ୍ତ ସାହୁ, ସତ୍ୟ ନାୟକ, କୃଷକ ନେତା ଚନ୍ଦ୍ର ଶେଖର ନାୟକ ପ୍ରମୁଖ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/01/06/7qHTXs59qhQ5TsRhm82o.jpg)