ପୈତୃକ ଗାଁରେ ପହଞ୍ଚିଲା ସୌମ୍ୟାଶ୍ରୀଙ୍କ ପାର୍ଥିବ ଶରୀର, କାନ୍ଦବୋବାଳିରେ ଫାଟିପଡ଼ୁଛି ପଳାସିଆ

Advertisment

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ସୁନାଧରଭସାଣ ପଞ୍ଚାୟତର ପଳାସିଆ ଗାଁରେ ପହଞ୍ଚିଲା ସୌମ୍ୟାଶ୍ରୀଙ୍କ ମରଶରୀର। ସେଠାରେ କରାଯିବ ତାଙ୍କର ଅନ୍ତିମ ସଂସ୍କାର। ଗାଁରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ସୁନାଧରଭସାଣ ପଞ୍ଚାୟତର ପଳାସିଆ ଗାଁରେ ପହଞ୍ଚିଲା ସୌମ୍ୟାଶ୍ରୀଙ୍କ ମରଶରୀର। ସେଠାରେ କରାଯିବ ତାଙ୍କର ଅନ୍ତିମ ସଂସ୍କାର। ଗାଁରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

New Project (5)

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ସୁନାଧରଭସାଣ ପଞ୍ଚାୟତର ପଳାସିଆ ଗାଁରେ ପହଞ୍ଚିଲା ସୌମ୍ୟାଶ୍ରୀଙ୍କ ମରଶରୀର। ସେଠାରେ କରାଯିବ ତାଙ୍କର ଅନ୍ତିମ ସଂସ୍କାର। ଗାଁରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେଠାରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଅଛନ୍ତି। ଏହାଛଡ଼ା ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଓ ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ ମଧ୍ୟ ସେଠାରେ ଅଛନ୍ତି। ପୈତୃକ ଗାଁ ପଳାସିଆରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

bls

ଭୋଗରାଇ ବ୍ଲକ୍ ଅନ୍ତର୍ଗତ ସୁନାଧରଭସାଣ ପଞ୍ଚାୟତର ପଳାସିଆ ଗାଁରେ ପହଞ୍ଚିଲା ସୌମ୍ୟାଶ୍ରୀଙ୍କ ମରଶରୀର। ସେଠାରେ କରାଯିବ ତାଙ୍କର ଅନ୍ତିମ ସଂସ୍କାର। ଗାଁରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେଠାରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଅଛନ୍ତି। ଏହାଛଡ଼ା ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଓ ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ ମଧ୍ୟ ସେଠାରେ ଅଛନ୍ତି। ପୈତୃକ ଗାଁ ପଳାସିଆରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇ ପରେ ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଭୁବନେଶ୍ବର ଏମ୍‌ସ କର୍ତ୍ତୃପକ୍ଷ ତାଙ୍କୁ ସୋମବାର ବିଳମ୍ବିତ ରାତିରେ ମୃତ (କ୍ଲିନିକାଲ୍‌ ଡେଥ୍‌) ଘୋଷଣା କରିଛନ୍ତି। ପୀଡ଼ିତାଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମମାଟି ଅଭିମୁଖେ ଭୁବନେଶ୍ବରରୁ ବାହାରିଛି। ଆଉ କିଛି ସମୟ ପରେ ତାଙ୍କର ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିବ। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ଥିବା ଗାଁ ମଶାଣିରେ ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯିବ। ପୀଡିତାଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପୂର୍ବରୁ ପରିବାରରେ କାନ୍ଦବୋବାଳି ଦେଖାଯାଇଛି। ପୀଡିତାଙ୍କ ଗାଁ ସ୍ତବ୍ଧ ହୋଇପଡ଼ିଛି। ଏହି ଘଟଣା ନେଇ ପୂରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe