ମହାନଦୀରୁ ମିଳିଲା ଅବସରପ୍ରାପ୍ତ ପ୍ରଫେସରଙ୍କ ମୃତଦେହ

ଯୋବ୍ରା ଆନିକଟ ନିକଟରେ ଭାସୁଥିବା ଅଜଣା ବ୍ୟକ୍ତିଙ୍କ ମିଳିଲା ପରିଚୟ। ମୃତକ ହେଲେ ୭୮ ବର୍ଷୀୟ ବୈଷ୍ଣବ ଚରଣ ସିଂ। ସେ ରେଭେନ୍ସାର ଅବସରପ୍ରାପ୍ତ ପ୍ରଫେସର ଥିଲେ। ଗତ ୨ ଦିନ ତଳେ ନିଖୋଜ ହୋଇଥିବା ପରିବାର ଲୋକଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଥିଲା।

Dead

କଟକ: ଯୋବ୍ରା ଆନିକଟ ନିକଟରେ ଭାସୁଥିବା ଅଜଣା ବ୍ୟକ୍ତିଙ୍କ ମିଳିଲା ପରିଚୟ। ମୃତକ ହେଲେ ୭୮ ବର୍ଷୀୟ ବୈଷ୍ଣବ ଚରଣ ସିଂ। ସେ ରେଭେନ୍ସାର ଅବସରପ୍ରାପ୍ତ ପ୍ରଫେସର ଥିଲେ। ଗତ ୨ ଦିନ ତଳେ ନିଖୋଜ ହୋଇଥିବା ପରିବାର ଲୋକଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଥିଲା। ଆଜି ଯୋବ୍ରା ଆନିକଟ ନିକଟ ମହାନଦୀରୁ ତାଙ୍କର ମୃତଦେହ ମିଳିଛି। 

ବୈଷ୍ଣବ ଚରଣଙ୍କ ହତ୍ୟା ହୋଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସେ କଥା ସ୍ପଷ୍ଟ ହୋଇନାହିଁ। ମାଲଗୋଦାମ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe