ବନ୍ଦ ଘରୁ ୩ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Advertisment

ସଦର ଥାନା ଅନ୍ତର୍ଗତ ଖମାର ଗାଁରେ ଆଜି ଅପରାହ୍‌ଣରେ ବନ୍ଦ ଘରୁ ୩ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କ ଭିତରେ ବାପା, ଝିଅ ଓ ନାତି ଅଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କର ପରିଚୟ ମିଳିପାରି ନାହିଁ। 

Updated On

ସଦର ଥାନା ଅନ୍ତର୍ଗତ ଖମାର ଗାଁରେ ଆଜି ଅପରାହ୍‌ଣରେ ବନ୍ଦ ଘରୁ ୩ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକମାନଙ୍କ ଭିତରେ ବାପା, ଝିଅ ଓ ନାତି ଅଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସେମାନଙ୍କର ପରିଚୟ ମିଳିପାରି ନାହିଁ। 

ଅଦ୍ୟତନ ହୋଇଛି
Three dead body recovered.

Three dead body recovered. Photograph: (sambad.in)

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ଏକ ବନ୍ଦ ଘରୁ ୩ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିମାନେ ହେଲେ ଶଙ୍କରର୍ଷଣ ଦାସ(୭୦), ସୁବର୍ଣ୍ଣ ଦାସ (୪୫) ଓ ସନ୍ତୋଷ ଦାସ (୧୬)। ମୃତକମାନଙ୍କ ଭିତରେ ବାପା, ଝିଅ ଓ ନାତି ଅଛନ୍ତି। 

ସୂଚନା ଅନୁସାରେ ଚାଉଳିଆ ଖମାର ଗାଁରେ ଏକ ବନ୍ଦ ଘରେ ୩ ଜଣଙ୍କର ମୃତଦେହ ଝୁଲୁଥିବା ନେଇ ସୂଚନା ମିଳିଥିଲା।  ଏହି ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ବନ୍ଦ ଘରୁ ଶଙ୍କରର୍ଷଣ, ସୁବର୍ଣ୍ଣ ଓ ସନ୍ତୋଷଙ୍କ ମୃତଦେହ ଜବତ କରିଥିଲା। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।  

ପ୍ରାଥମିକ ତଦନ୍ତ ଅନୁସାରେ ଓ ସ୍ଥାନୀୟ ଲୋକଙ୍କ ସହିତ କଥାବାର୍ତ୍ତାରୁ ଯାହା ଜଣାପଡ଼ିଛି ଶଙ୍କରର୍ଷଣଙ୍କ ପରିବାର ସବୁବେଳେ କବାଟ ବନ୍ଦ କରି ରହୁଥିଲେ। ଆଜି ଦିନସାରା କବାଟ ବନ୍ଦ ରହିବାରୁ ସ୍ଥାନୀୟ ଲୋକେ ଏହାରି ଉପରେ ସନ୍ଦେହ କରିଥିଲେ। ଘଟଣାସ୍ଥଳକୁ ପୁଲିସ ଟିମ୍‌ ଯାଇ ୩ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତଦନ୍ତ ସରିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।   

Three dead body recovered.
Three dead body recovered. Photograph: (sambad.in)

ବନ୍ଦ ଘରୁ ୩ ଜଣଙ୍କର ମୃତଦେହ ଜବତ ଘଟଣା ନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ୍‌ ପ୍ରଧାନ କହିଛନ୍ତି, ପ୍ରାଥମିକ ତଦନ୍ତ ଅନୁସାରେ ଓ ସ୍ଥାନୀୟ ଲୋକଙ୍କ ସହିତ କଥାବାର୍ତ୍ତାରୁ ଯାହା ଜଣାପଡ଼ିଛି ଶଙ୍କରର୍ଷଣଙ୍କ ପରିବାର ସବୁବେଳେ କବାଟ ବନ୍ଦ କରି ରହୁଥିଲେ। ଆଜି ଦିନସାରା କବାଟ ବନ୍ଦ ରହିବାରୁ ସ୍ଥାନୀୟ ଲୋକେ ଏହାରି ଉପରେ ସନ୍ଦେହ କରିଥିଲେ। ଘଟଣାସ୍ଥଳକୁ ପୁଲିସ ଟିମ୍‌ ଯାଇ ୩ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତଦନ୍ତ ସରିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe