ମୃତ କଲରାପତରିଆ ଉଦ୍ଧାର

ବରଗଡ଼ ଜିଲ୍ଲା ବାରପାହାଡ଼ ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ତେବେ ଏ ପର୍ଯ୍ୟନ୍ତ ବାଘ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ିନି। ବାରପାହାଡ଼ ଜଙ୍ଗଲ ଅନ୍ତର୍ଗତ ଅମ୍ବାଭୋନା ବ୍ଲକ୍‌ ମୁଣ୍ଡକଟି ରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏକ ବାଘର ମୃତଦେହ ପଡ଼ିଥିବା ଲୋକେ ଦେଖିଥିଲେ।

leopard

Photo: mammalwatching

ବରଗଡ଼: ବରଗଡ଼ ଜିଲ୍ଲା ବାରପାହାଡ଼ ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ତେବେ ଏ ପର୍ଯ୍ୟନ୍ତ ବାଘ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ିନି। ପ୍ରାପ୍ତ ସୂଚନାନୁସାରେ ବାରପାହାଡ଼ ଜଙ୍ଗଲ ଅନ୍ତର୍ଗତ ଅମ୍ବାଭୋନା ବ୍ଲକ୍‌ ମୁଣ୍ଡକଟି ରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଏକ ବାଘର ମୃତଦେହ ପଡ଼ିଥିବା ଲୋକେ ଦେଖିଥିଲେ।

ଏ ନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। କୌଣସି ଅଜଣା ଗାଡ଼ି ଧକ୍କାରେ ବାଘର ମୃତ୍ୟୁ ଘଟିଥିବା କିଛି ଲୋକ ସନ୍ଦେହ କରୁଥିବାବେଳେ ଆଉ କିଛି ବ୍ୟକ୍ତି ବାଘଟିକୁ ଶିକାର କରାଯାଇଥିବା ଚର୍ଚ୍ଚା କରୁଛନ୍ତି।

ସୂଚନାଯୋଗ୍ୟ, ବାରପାହାଡ଼ ଜଙ୍ଗଲରେ ବନ୍ୟପ୍ରାଣୀ ଚଳପ୍ରଚଳ କରୁଛନ୍ତି। କିନ୍ତୁ ସୁରକ୍ଷା ଅଭାବରୁ ଅନେକ ସମୟରେ ଶିକାରିମାନଙ୍କ ଦ୍ବାରା ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ବନ୍ୟପ୍ରାଣୀଙ୍କ ଜୀବନ ହାନୀ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ବନ ବିଭାଗର ଏକ ଟିମ ଘଟଣାସ୍ଥଳକୁ ପହଞ୍ଚିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe