ବ୍ରହ୍ମପୁରରେ ‌ଲଜ୍‌ରୁ, ଦେବଗଡ଼ରେ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ରାଜ୍ୟରେ ମହିଳାମାନେ ଦିନକୁଦିନ ଅସୁରକ୍ଷିତ ଆଡ଼କୁ ଠେଲି ହୋଇଯାଉଥିବା ଦୃଷ୍ଟି ଗୋଚର ହେଉଛି। ଆଜି ଦୁଇ ଜଣ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି।

rape and murder

ବ୍ରହ୍ମପୁର/ଦେବଗଡ଼/ଯାଜପୁର: ରାଜ୍ୟରେ ମହିଳାମାନେ ଦିନକୁଦିନ ଅସୁରକ୍ଷିତ ଆଡ଼କୁ ଠେଲି ହୋଇଯାଉଥିବା ଦୃଷ୍ଟି ଗୋଚର ହେଉଛି। ଆଜି ଦୁଇ ଜଣ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୋଟିଏ ଘଟଣା ଗଂଜାମ ଜିଲ୍ଲା ବ୍ରହ୍ମପୁରରେ ଘଟିଥିବା ବେଳେ ଅନ୍ୟଟି ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଅଞ୍ଚଳରେ ଦେଖିବାକୁ ମିଳିଛି। ବ୍ରହ୍ମପୁରରେ ଯୁବତୀଙ୍କୁ ଲଜରେ ଛୁରୀ ଭୁସି ହତ୍ୟା କରାଯାଇଛି। ଦେବଗଡ଼ରେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। 

ବ୍ରହ୍ମପୁରରେ ଯୁବତୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କରିଛି। ବ୍ରହ୍ମପୁରରେ ଏହି ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ବ୍ରହ୍ମପୁର ଏସପି ସରବଣା ବିବେକ ଏମ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ବୁଢ଼ାପାଳ ପଞ୍ଚାୟତ ଅନ୍ତର୍ଗତ ଠିଆନାଳ ଗ୍ରାମ ନାଳରୁ ଜଣେ ଅଚିହ୍ନା ଯୁବତୀର ମୃତଦେ ଉଦ୍ଧାର ହୋଇଛି। ଯୁବତୀଙ୍କୁ ମାରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ କୁଣ୍ଢେଇଗୋଳା ଥାନା ଅଧିକାରୀ ଜୋହ୍ନ କୁଜୁର ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଯୁବତୀଙ୍କ ମୃତଦେହ ୫ ଦିନରୁ ଊର୍ଦ୍ଧ୍ବ ହେଲା ପଡ଼ି ରହିଥିବା ସନ୍ଦେହ କରାଯାଉଛି। ମୁହଁରେ କପଡ଼ା ବନ୍ଧା ଥିବାରୁ ପରିଚୟ ମିଳି ପାରିନାହିଁ। ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତିl

ଯାଜପୁର ଜିଲ୍ଲା ବୈରୀ ଥାନା ଅଧିନ ଭଳୁଖାଇ ନିକଟରେ ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି। ଛେଳି ଚରାଇବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ଦୁଇ ଅଭିଯୁକ୍ତ ଭଜମନ ଭୋଇ ଓ ଈଷତ୍ ହେମ୍ରମଙ୍କୁ ଚାରି କିଲୋମିଟର ପିଛା କରି ଧରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତମାନଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।  

ganjam | Jajpur | Deogarh | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe