ଖନ୍ତାପଡ଼ା: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଖନ୍ତାପଡ଼ା ପଞ୍ଚାୟତ ଅନ୍ତର୍ଗତ ମୁଳକୁଡ଼େଇ ଗ୍ରାମର ୬ ନମ୍ବର ୱାର୍ଡରେ ଜୈନିକ ବ୍ୟକ୍ତିଙ୍କ ଚାଷଜମିରେ ଏକ ଆକାଶି ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ।
ଗ୍ରାମର କିଛି ବ୍ୟକ୍ତି ଚାଷଜମିକୁ ଯାଉଥିବା ବେଳେ ଜଣେ ବ୍ୟକ୍ତି ଝୁଲୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପରେ ଖନ୍ତାପଡ଼ା ପୁଲିସ ଓ ଅଗ୍ନିଶ୍ରମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶ୍ରମ ବିଭାଗର କର୍ମଚାରୀ ସେଠାରେ ପଂହଛି ଗଛରେ ଓହଳି ଥିବା ଯୁବକଙ୍କୁ ଓହ୍ଲାଇ ଥିଲେ। ଯୁବକଙ୍କ ଶରୀର ଅଧା ଅଂଶ ପଚିସଢ଼ି ଯାଇଥିବା ବେଳେ ଚିହ୍ନଟ କରିବା ସମ୍ଭବ ହୋଇପାରିନି। ଉକ୍ତ ବ୍ୟକ୍ତିଙ୍କ ବୟସ ଅନୁମାନ ୪୦ରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।
ଘଟଣାସ୍ଥଳରେ ଖନ୍ତାପଡ଼ା ଥାନାର ଏଏସ ଆଇ କୁଅଁର କିସ୍କୁ ପଂହଛି ତଦନ୍ତ ଜାରି ରଖିଥିବା ବେଳେ ଏହା ଆତ୍ମହତ୍ୟା କି ହତ୍ୟା ତାହା ଜଣାପଡ଼ିନାହିଁ। ଖବର ଲେଖା ହେବାବେଳକୁ ଉକ୍ତ ମୃତ ଯୁବକଙ୍କୁ ଦେଖିବା ପାଇଁ ଗହଳି ଲାଗିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
Balasore
Follow Us