ଅଜଣା ମହିଳାଙ୍କର ମୃତଦେହ ବଂଶଧାରା ନଦୀକୂଳରୁ ଉଦ୍ଧାର

ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ରାମନାକୁପୁଲି ଗ୍ରାମ ନିକଟ ବଂଶଧାରା ନଦୀକୂଳରେ ଜଣେ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କର ପରିଚୟ ମିଳିପାରି ନାହିଁ।

ଅଦ୍ୟତନ ହୋଇଛି
Dead

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ରାମନାକୁପୁଲି ଗ୍ରାମ ନିକଟ ବଂଶଧାରା ନଦୀକୂଳରେ ଜଣେ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଛି। ମହିଳାଙ୍କର ପରିଚୟ ମିଳିପାରି ନାହିଁ।

ସୂଚନା ଅନୁଯାୟୀ ଆଜି ସକାଳୁ ଗ୍ରାମବାସୀମାନେ ଜଣେ ମହିଳାଙ୍କର ମୃତଦେହ ଗ୍ରାମ ନିକଟସ୍ଥ ବଂଶଧାରା ନଦୀକୂଳରେ ଭାସୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ଖବର ଦେଇଥିଲେ। ପରେ ସେମାନେ ପହଞ୍ଚି ମହିଳାଙ୍କ ଶବକୁ ଉଦ୍ଧାର କରିଥିଲେ। ତେବେ ମହିଳାଙ୍କ ଶବ ପଚି ଯାଇଥିବା ଜଣାପଡ଼ିଛି।

ମୁନିଗୁଡ଼ା ଆଇଆଇସି ସୌଦାମିନୀ ବେହେରା ଓ ସବ୍ ଇନ୍ସପେକ୍ଟର ବିକାଶ ଦେବନାଥ ଘଟଣାର ଅନୁସନ୍ଧାନ କରୁଥିବା ବେଳେ ଖବର ଲେଖାଯିବା ସଧା ମହିଳା ଜଣଙ୍କ ପରିଚୟ ମିଳିପାରିନାହିଁ।

Rayagada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe