ଶଶୁର ଘରେ ଝିଅର ମୃତ୍ୟୁ ନେଇ ହତ୍ୟା ଅଭିଯୋଗ ଆଣିଲେ ମା’

Advertisment

ଶଶୁର ଘରେ ଝିଅର ମୃତ୍ୟୁକୁ ନେଇ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନାରେ ମା’ ହତ୍ୟା ଅଭିଯୋଗ ଆଣିଛନ୍ତି। ଝିଅକୁ ହତ୍ୟା କରି ବେକରେ ଓଢ଼ଣୀ ଲଗାଇ ଝୁଲେଇ ଦିଆଯାଇଥିବା ନେଇ ଏତଲା ଦେଇଛନ୍ତି।

ଶଶୁର ଘରେ ଝିଅର ମୃତ୍ୟୁକୁ ନେଇ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନାରେ ମା’ ହତ୍ୟା ଅଭିଯୋଗ ଆଣିଛନ୍ତି। ଝିଅକୁ ହତ୍ୟା କରି ବେକରେ ଓଢ଼ଣୀ ଲଗାଇ ଝୁଲେଇ ଦିଆଯାଇଥିବା ନେଇ ଏତଲା ଦେଇଛନ୍ତି।

kpt1

ବୈପାରିଗୁଡ଼ା: ଶଶୁର ଘରେ ଝିଅର ମୃତ୍ୟୁକୁ ନେଇ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନାରେ ମା’ ହତ୍ୟା ଅଭିଯୋଗ ଆଣିଛନ୍ତି। ଝିଅକୁ ହତ୍ୟା କରି ବେକରେ ଓଢ଼ଣୀ ଲଗାଇ ଝୁଲେଇ ଦିଆଯାଇଥିବା ନେଇ ଏତଲା ଦେଇଛନ୍ତି।

ବୈପାରିଗୁଡ଼ା ମେନ୍‌ରୋଡ଼ରେ ରହୁଥିବା ମଞ୍ଜୁଳା ନାୟକଙ୍କ ଝିଅ ବର୍ଷା (୨୦) ୨୦୨୩ ମସିହା ସେପ୍ଟେମ୍ବର ୧୬ ତାରିଖ ଦିନ ଘରୁ ଚାଲିଯାଇଥିଲେ। ସ୍ଥାନୀୟ ହନୁମାନ ନଗରରେ ରହୁଥିବା ଧନ ଟାକ୍ରିଙ୍କ ପୁଅ ଦୁଃଖି ଶ୍ୟାମ ଟାକ୍ରିଙ୍କୁ ସେ ଭଲପାଉଥିବାାରୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଆଜି ଝିଅକୁ ମାରପିଟ୍ କରି ଜୀବନରେ ମାରି ଦିଆଯାଇଛି ବୋଲି ଥାନାରେ ଏତଲା ଦେଇଛନ୍ତି। 

ଅଭିଯୋଗରେ ସେ କହିଛନ୍ତି, ୪ରୁ ୫ ଦିନ ତଳେ ମୋର ଝିଅ ମୋତେ ଶଶୁର ଘରେ ମାରପିଟ୍ କରୁଥିବା ମେସେଜ କରି ଜଣେଇ ଥିଲା। ମୋ ଝିଅର ସ୍ବାମୀ ଦୁଖି ଶ୍ୟାମ ଟାକ୍ରି ମୋ ଝିଅକୁ ମାରିଦେଇଛି। ତେଣୁ ଦୋଷୀକୁ ଉଚିତ ଦଣ୍ଡ ଦେବାପାଇଁ ଦାବି କରୁଛି। 

 Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe