ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ଜଗନ୍ନାଥପୁର ପଞ୍ଚାୟତ ମୁକୁଳସାହିରେ ଜଣେ ନବବଧୂଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଜିନତ୍ ଫତତ୍ମା। ତେବେ ନବବଧୂଙ୍କର ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

tirtol

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ଜଗନ୍ନାଥପୁର ପଞ୍ଚାୟତ ମୁକୁଳସାହିରେ ଜଣେ ନବବଧୂଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ଜିନତ୍ ଫତତ୍ମା। ତେବେ ନବବଧୂଙ୍କର ମୃତ୍ୟୁର କାରଣ ଜଣାପଡ଼ି ନାହିଁ।

ସୂଚନା ଅନୁସାରେ ସେକ୍‌ ସାହାଦତ ଅଲ୍ଲୀଙ୍କ ପୁଅ ସାବିର ଆଲମଙ୍କୁ ମୂଳିସଂହ ପଞ୍ଚାୟତର ଓଲେଇପଡ଼ାର ରମଜାନ ଅଲ୍ଲୀ ଅନଶାରିଙ୍କ ଝିଅ ଜିନତ୍ ଫତତ୍ମା ବିବାହ କରିଥିଲେ। ଗତକାଲି ସେ ଶାଶୂଘରେ ଫ୍ୟାନରେ ଝୁଲି ପଡ଼ିଥିବା ଶାଶୁଘର ଲୋକେ ଦେଖିବା ସହିତ ଫ୍ୟାନ୍‌ରୁ ଖୋଲିଦେଇଥିଲେ। ଏହାପରେ ଶାଶୁଘର ଲୋକେ ବୋହୂର ପରିବାରକୁ ଜଣାଇଥିଲେ।

ପରିବାର ଲୋକେ ପହଞ୍ଚିବା ପରେ ତାଙ୍କର ସନ୍ଦେହ ହୋଇଥିଲା। ଯାହାଫଳରେ ଏ ନେଇ ପରବାର ପକ୍ଷରୁ ଗତକାଲି ସଂଧ୍ୟାରେ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା। ଆଜିଘଟଣା ସ୍ଥଳରେ ତିର୍ତ୍ତୋଲ ପୁଲିସ, ତହସିଲଦାର ଓ ସାଇଟିଫିକ ଟିମ୍ ତଦନ୍ତ ଜାରି ରଖିଛନ୍ତି।

Jagatsinghpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe