ମହିଳାଙ୍କ ଗଳାକଟା ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର କୁମାକେଲା ଓଭର ବ୍ରିଜ ତଳେ ଆଜି ସକାଳେ ଅଧ ପୋଡାଥିବା ଅବସ୍ଥାରେ ଜଣେ ମହିଳାଙ୍କ ଶବ ପଡିଥିବାର ଚାନ୍ଦିପୋଷ ପୁଲିସକୁ ସୂଚନା ମିଳିଥିଲା।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ରାଉରକେଲା: ଚାନ୍ଦିପୋଷ ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର କୁମାକେଲା ଓଭର ବ୍ରିଜ ତଳେ ଆଜି ସକାଳେ ଅଧା ପୋଡାଥିବା ଅବସ୍ଥାରେ ଜଣେ ମହିଳା ଙ୍କ ଶବ ପଡିଥିବାର ଚାନ୍ଦିପୋଷ ପୁଲିସକୁ ସୂଚନା ମିଳିଥିଲା। ଉକ୍ତ ମହିଳାଙ୍କର ଗଳା କଟା ଯାଇଥିଲା ଓ ଶରୀରର ଚମଡା ଓ କିଛି କପଡା ପୋଡି ଯାଇଥିଲା। ତାଙ୍କର ବୟସ ୨୫/୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତାଙ୍କର ପରିଚୟ ମିଳି କିମ୍ବା କିଛି ସୂଚନା ମିଳି ନାହିଁ। ପୁଲିସ ଶବକୁ ଉଦ୍ଧାର କରି ପୋଷ୍ଟମଟମ ପାଇଁ ସୁନ୍ଦରଗଡ଼ ପଠାଇଛି।

ଏ ସଂକ୍ରାନ୍ତରେ ପୁଲିସ ଅଧିକ ଅନୁସନ୍ଧାନ ଜାରି ରଖିଛି। କେହି ତାଙ୍କୁ ଗଳା କାଟି ପୋଲ ତଳେ ପୋଡି ଦେବାକୁ ଉଦ୍ୟମ କରୁଥିବାର ଅନୁମାନ କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe