Dead body of woman Photograph: (sambad.in)
ବାରିପଦା: ଜଙ୍ଗଲରେ ପଡ଼ିଛି ମହିଳାଙ୍କ କ୍ଷତବିକ୍ଷତ ମୃତଦେହ। ମୃତଦେହ ଦେଖିଲେ ଅନୁଭବ ହେଉଛି, ପ୍ରଥମେ ତାଙ୍କୁ ନିର୍ଯାତନା ଦିଆଯାଇଛି, ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମହିଳାଙ୍କ ଶରୀରରେ ଅନେକଗୁଡ଼ିଏ କ୍ଷତଚିହ୍ନ ମଧ୍ୟ ରହିଛି। ହତ୍ୟା ପରେ ମହିଳାଙ୍କୁ ଫିଙ୍ଗି ଦିଆଯାଇଛି। ମୟୂରଭଂଜ ଜିଲ୍ଲା କପ୍ତିପଦା ଥାନା ବିଦ୍ୟାଧରନଗର ଜଙ୍ଗଲରୁ ପୁଲିସ ମୃତଦେହ ଜବତ କରିଛି। ମୃତକାଙ୍କ ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ବିଦ୍ୟାଧରନଗର ଜଙ୍ଗଲ ଭିତରେ ଜଣେ ମହିଳାଙ୍କର କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ନେଇ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା।
ପୁଲିସ ବିଳମ୍ବ ନକରି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଠାବ କରିଥିଲା। ଏହାକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମହିଳା ଜଣକ ବିଦ୍ୟାଧରନଗରର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସନ୍ଦେହରେ ପୁଲିସ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
Mayurbhanj
Follow Us