ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଜେଲର ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନବାଚୀ

ଗତ ୧୮ ତାରିଖ ଅପରାହ୍ନ ୧୧ ଘଟିକା ସମୟରେ ବଡ଼ବିଲ ପୌରାଞ୍ଚଳ ୧୪ ନମ୍ବର ୱାର୍ଡ କଳିଙ୍ଗ ଓଏମସି କମ୍ପାନି କର୍ମଚାରୀ କଲୋନିର ଏକ କ୍ୱାର୍ଟରରେ ଜଣେ ସୁରକ୍ଷା କର୍ମୀଙ୍କ ପତ୍ନୀ ଅନୁସୟା ପଟ୍ଟନାୟକ(୨୪ବର୍ଷ) ବେକରେ ରସି ଲଗାଇ ଜୀବନ ହାରିଥିବା ଜଣାଯାଇଥିଲା।

Dead

ବଡ଼ବିଲ: ତଥ୍ୟ ଲୁଚାଇବାରେ ବଡ଼ବିଲ ପୁଲିସ ଧୁରନ୍ଦର୍। ଗତ ୧୮ ତାରିଖ ଅପରାହ୍ନ ୧୧ ଘଟିକା ସମୟରେ ବଡ଼ବିଲ ପୌରାଞ୍ଚଳ ୧୪ ନମ୍ବର ୱାର୍ଡ କଳିଙ୍ଗ ଓଏମସି କମ୍ପାନି କର୍ମଚାରୀ କଲୋନିର ଏକ କ୍ୱାର୍ଟରରେ ଜଣେ ସୁରକ୍ଷା କର୍ମୀଙ୍କ ପତ୍ନୀ ଅନୁସୟା ପଟ୍ଟନାୟକ(୨୪ବର୍ଷ) ବେକରେ ରସି ଲଗାଇ ଜୀବନ ହାରିଥିବା ଜଣାଯାଇଥିଲା। ଯୌତକଜନିତ ନିର୍ଯାତନା ଦେଇ ତଣ୍ଟିଚିପି ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମୃତକଙ୍କ ବାପା ଅଜୟ କୁମାର ପଟ୍ଟନାୟକ। 

ତେବେ ଅଭିଯୋଗ ପାଇ ପୁଲିସ ଗତ ୧୮ ତାରିଖରେ ହିଁ ଶବ ଜବତ କରି ବ୍ୟବଚ୍ଛେଦ କରିବା ସହ ସ୍ବାମୀକୁ ଆଣି ପଚରାଉଚୁରା କରୁଥିବା ପୁଲିସ ସୂଚନା ଦେଇଥିଲା। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ୧୮ ତାରିଖ ଠାରୁ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚୁରା କରୁଥିଲା, ୧୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଥାନାର ସବଇନ୍ସପେକ୍ଟର ବଳିଆ ବାରିକ କହିଥିଲେ ଯେ ଘଟଣାର ତଦନ୍ତ ଚାଲିଛି। ଏଯାଏ ଅଭିଯୁକ୍ତକୁ ପଚରାଉଚୁରା କରିବାପରେ ଛାଡ଼ି ଦିଆଯାଇଛି। ଅଭିଯୁକ୍ତକୁ ଅଟକ କିମ୍ବା ଗିରଫ କରାଯାଇ ନାହିଁ।

ତେବେ ୧୯ ତାରିଖ ସନ୍ଧ୍ୟା ୮.୩୦ ମିନିଟ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଅଟକ ମଧ୍ୟ ରଖାଯାଇନଥିବାବେଳେ କେଉଁ ଉଦ୍ଦେଶ୍ୟରେ ହଠାତ୍ ରାତିରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଗଲା ସେନେଇ ଉଠିଛି ପ୍ରଶ୍ନ! ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବାପରେ ମଧ୍ୟ ପୁଲିସ କାହିଁକି ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇଦେଇ ଗିରଫ କରାଯିବାନେଇ କୌଣସି ସୂଚନା ଦେଇନଥିଲା ତାହା ଘଟଣାକୁ ଆହୁରି ଦ୍ଵିଗୁଣିତ କରିଛି।

ଗତ ୧୯ ତାରିଖ ବିଳମ୍ବିତ ରାତି୧୦.୩୦ ମିନିଟ ସମୟରେ ଅଭିଯୁକ୍ତ ହତ୍ୟାକାରୀ ତୁଷାରକୁ କୋର୍ଟ ଚାଲାଣ କରିଥିବା ବଡ଼ବିଲ ସବଜେଲର ପୁନମପ୍ରଭା ନାଏକ ସୂଚନା ଦେଇଥିବା ପ୍ରକାଶ କରିଥିବାବେଳେ ରାତି ୧୧ ଘଟିକା ସମୟରେ ଜେଲ କକ୍ଷରେ ପ୍ରବେଶ କରିଥିବା କହିଥିଲେ। ଅଭିଯୁକ୍ତକୁ ୬ ନମ୍ବର ୱାର୍ଡରେ ରଖାଯାଇଥିଲା, ଯେଉଁଠି ତୁଷାରକାନ୍ତକୁ ମିଶାଇ ୧୨ ଜଣ ବିଚାରାଧୀନ କଏଦୀ ଗତ ରାତିରେ ଉକ୍ତ ୱାର୍ଡରେ ରହିଥିଲେ। 

ମଙ୍ଗଳବାର ଭୋର ପ୍ରାୟ ୫.୩୦ ମିନିଟ ସମୟରେ ସବଜେଲର ଖବର ପାଇଥିଲେ ଯେ ଜଣେ କଏଦୀ ଝରକା ରାଲିଂରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି। ସଙ୍ଗେସଙ୍ଗେ ସବଜେଲର ତାକୁ ବଡ଼ବିଲ ଡାକ୍ତରଖାନାକୁ ନେଇଥିଲେହେଁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏନେଇ ବଡ଼ବିଲ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଇନଥିଲେ। ମୃତକ ବିଚାରାଧୀନ କଏଦୀ ତୁଷାରକାନ୍ତଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାଯାଇଛି।

Keonjhar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe