ଯୁବକଙ୍କ ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଠାବ

Advertisment

ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଦୁଗୀ ଗ୍ରାମର ମାଉସିମାଁ ମନ୍ଦିର ସମ୍ମୁଖ ଜଙ୍ଗଲରୁ ଜଣେ ଯୁବକଙ୍କର ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି। ମୃତ ବ୍ୟକ୍ତି ହେଲେ ପିଂଟୁ।

ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଦୁଗୀ ଗ୍ରାମର ମାଉସିମାଁ ମନ୍ଦିର ସମ୍ମୁଖ ଜଙ୍ଗଲରୁ ଜଣେ ଯୁବକଙ୍କର ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି। ମୃତ ବ୍ୟକ୍ତି ହେଲେ ପିଂଟୁ।

Dead body of unidentified youth recovered:  The secret of death will be revealed after the interval

Dead body of unidentified youth recovered: The secret of death will be revealed after the interval Photograph: (sambad.in)

ବିଷମକଟକ: ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଦୁଗୀ ଗ୍ରାମର ମାଉସିମାଁ ମନ୍ଦିର ସମ୍ମୁଖ ଜଙ୍ଗଲରୁ ଜଣେ ଯୁବକଙ୍କର ଗଳିତ ଶବ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି। ମୃତ ବ୍ୟକ୍ତି ହେଲେ ପିଂଟୁ।

ଖବରରୁ ପ୍ରକାଶ ଯେ ଦୁର୍ଗୀ ଗ୍ରାମପଂଚାୟତ ଲଟାଗୁଡା ଗ୍ରମାର ପିଂଟୁ କଲକା ରଥଯାତ୍ରା ଦେଖିବା ନିମନ୍ତେ ଦୁର୍ଗୀ ଆସିଥିଲେ ହେଲେ ଆଉ ଘରକୁ ଫେରିନଥିଲେ। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ପିଂଟୁ ଘରକୁ ଫେରିନଥିବା ସହ ତାଙ୍କ ମୋବାଇଲ ମଧ୍ୟ ସୁଇଚ୍ ଫମ୍ ରହିଥିଲା। ପରଦିନ ସକାଳେ ମଧ୍ୟ ତାଙ୍କର ଦେଖାନମିଳିବାରୁ ପାରିବାର ଲୋକେ ତାଙ୍କ ବନ୍ଦୁବାନ୍ଧବ, ସମ୍ପର୍କୀୟ ସାଙ୍ଗସାଥିମାନଙ୍କୁ ପଚରାଉଚରା କରିବା ସହ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତା ମିଳିନଥିଲା।

ଆଜି ଅପରାହ୍ନରେ ଜଙ୍ଗଲ ନିକଟ କପାବାଡକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଏକ ଗଛରେ ଶବଟି ଝୁଲୁଥିବା ଦେଖି ଶବ ଟିକୁ ଚିହ୍ନ ତାଙ୍କ ପରିବାର ଏବଂ ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇ ମୃତ ପିଂଟୁଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଂଟି ପିଂଟୁର ବୋଲି ଚିହ୍ନଟ କରିଥିଲେ। 

ବିଷମ କଟକପୁଲିସ୍ ଘଟଣାସ୍ଥଳରେ ପଂହଚି ସରଜମିନ ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବିଷମ କଟକ ଆଣିଛି। ଆସନ୍ତାକାଲି ଶବ ବ୍ୟବଛେଦ ପରେ ପରିବାର ଲୋକ ଙ୍କ ହସ୍ତାନ୍ତର କରାଯିବ ବୋଲି ଥାନା ଆଇଆଇସି ସୂର୍ଯ୍ୟଚନ୍ଦ୍ର ପାଢୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe