ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ

ଜିଲ୍ଲାର ବଡ଼ଗାଁ ବ୍ଲକ ସଂକ୍ରlପୋଷ ଗାଁରେ ଗତକାଲି ରାତିରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ପପୁନ ବଂଛୁର (୩୨)। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

Dead

ସୁନ୍ଦରଗଡ଼: ଜିଲ୍ଲାର ବଡ଼ଗାଁ ବ୍ଲକ ସଂକ୍ରlପୋଷ ଗାଁରେ ଗତକାଲି ରାତିରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ପପୁନ ବଂଛୁର (୩୨)। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ ପପୁନ ଗତକାଲି ସନ୍ଧ୍ୟାରେ ନିଜ ଗାଁର ମଦଭାଟିକୁ ମଦ ପିଇବାକୁ ଯାଇଥିଲେ। ସେ ଆଉ ଘରକୁ ଫେରି ନଥିଲେ। ତାଙ୍କର ଗୋଡ଼ଟି ପୋଡ଼ିଯାଇଛିl ତାଙ୍କର ମୃତଦେହକୁ ଘରକୁ ପଠେଇ ଦେଇଥିବା କୁହାଯାଇଛିl ଏହା ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ବଡ଼ଗାଁ ପୁଲିସ ତଦନ୍ତ ଜାରି ରଖିଥିବା ସହିତ ଶବ ଜବତ କରିଛି। ସୁନ୍ଦରଗଡ଼ରୁ ସାଇଣ୍ଟିଫିକ ଟିମ ଆସିବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ପୁଲିସ କହୁଛନ୍ତିl ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। 

sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe