ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହର ମଧ୍ୟରେ ଥିବା କାଦୋପଡାରେ ରହୁଥିବା ଗୋପିନାଥ ପରୁଆ ନାମକ ଜୈନିକ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଉଦ୍ଧାର ହୋଇଥିବା ଜଣାପଡିଛି।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହର ମଧ୍ୟରେ ଥିବା କାଦୋପଡାରେ ରହୁଥିବା ଗୋପିନାଥ ପରୁଆ ନାମକ ଜୈନିକ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଉଦ୍ଧାର ହୋଇଥିବା ଜଣାପଡିଛି।

Dead

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହର ମଧ୍ୟରେ ଥିବା କାଦୋପଡାରେ ରହୁଥିବା ଗୋପିନାଥ ପରୁଆ ନାମକ ଜୈନିକ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଉଦ୍ଧାର ହୋଇଥିବା ଜଣାପଡିଛି। 

କାଦୋପଡାରେ ରହୁଥିବା ଗୋପିନାଥ ନିଜ କୋଠରୀରେ ଥିବା ବେଳେ କୋଠରୀରୁ ନ ବାହାରିବାରୁ ପରିବାର ଲୋକେ ତାଙ୍କୁ ଡାକିଥିଲେ। ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ କବାଟ ବାଡେଇଥିଲେ। ପରେ ଦେଖିବାକୁ ପାଇଲେ ଯେ, ଗୋପୀନାଥ ପଙ୍ଖାରେ ଦଉଡି ଲଗାଇ ଝୁଲୁଥିଲେ। ସେ ସମୟରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। 

ଏ ସମ୍ପର୍କରେ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଦେଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ପୁଲିସ କେସ ନଂ ୧୧/୨୫ ରେ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।  

Balangir

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe