ଟ୍ରେନ୍‌ର ଦିବ୍ୟାଙ୍ଗ ବଗିରୁ ମହିଳାଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲ ଷ୍ଟେସନରେ ଆଜି ବିଶାଖାପାଟଣା-ରାୟପୁର ପାସେଞ୍ଜରେ ଥିବା ଦିବ୍ୟାଙ୍ଗ ବଗିରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିନାହିଁ। ଜିଆରପି ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

train

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଲ ଷ୍ଟେସନରେ ଆଜି ବିଶାଖାପାଟଣା-ରାୟପୁର ପାସେଞ୍ଜରେ ଥିବା ଦିବ୍ୟାଙ୍ଗ ବଗିରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିନାହିଁ। ଜିଆରପି ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

ଜିଆରପିର ଅନୁସାରେ ବିଶାଖାପାଟଣା- ରାୟପୁର ଟ୍ରେନ ଗାର୍ଡ ଟ୍ରେନରେ ଜଣେ ମହିଳାଙ୍କ ମୃତଦେହ ଥିବା ଷ୍ଟେସନ ମାଷ୍ଟରକୁ ଖବର ଦେଇଥିଲେ। ଷ୍ଟେସନ ମାଷ୍ଟର ଜିଆରପିକୁ ଖବର ଦେବା ପରେ ଜିଆରପି ଶବ ଉଦ୍ଧାର କରି ରେଳବାଇ ଡାକ୍ତରଖାନାକୁ ଅବଗତ କରିଥିଲା।

ଡାକ୍ତର ପହଞ୍ଚି ମହିଳାଙ୍କ ମୃତ୍ୟୁ ହୋଇଥିବା ସୁଚନା ଦେଇଥିଲା। ମୃତ ମହିଳାଙ୍କୁ ଦେଖିଲା ଲାଗୁଛି ସେ ଭିକ ମାଗି ଚାଲୁଥିବା। ଅନ୍ୟପକ୍ଷରେ ଏନେଇ ରେଳ ବିଭାଗର କୌଣସି ଅଧିକାରୀ ପ୍ରତିକ୍ରିୟା ଦେଇ ନାହାଁନ୍ତି।

Balangir | Indian Railways 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe