ନଦୀ ବନ୍ଧରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର

ବୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ।୬ ଦିନ ପରେ ନଦୀ ବନ୍ଧରୁ ମିଳିଲା ଗଳିତ ମୃତଦେହ। ମୃତ୍ୟୁର କାରଣ ଅସ୍ପଷ୍ଟ। ନୀଳଗିରି ଥାନା ଅଧୀନ ମଲ୍ୟାଣୀ ଗ୍ରାମର ଡୁମାଣୀ ନଦୀ ବନ୍ଧରୁ ମିଳିଛି ଗଳିତ ଶବ।

Dead

ନୀଳଗିରି: ବୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ।୬ ଦିନ ପରେ ନଦୀ ବନ୍ଧରୁ ମିଳିଲା ଗଳିତ ମୃତଦେହ। ମୃତ୍ୟୁର କାରଣ ଅସ୍ପଷ୍ଟ। ନୀଳଗିରି ଥାନା ଅଧୀନ ମଲ୍ୟାଣୀ ଗ୍ରାମର ଡୁମାଣୀ ନଦୀ ବନ୍ଧରୁ ମିଳିଛି ଗଳିତ ଶବ। ସୂଚନା ମୁତାବକ ନୀଳଗିରି ଥାନା ଜାମୁଡିହା ପଞ୍ଚାୟତ ବାଘମରା ଗ୍ରାମର ମୁକୁନ୍ଦ ସିଂ ୬ ଦିନ ପୂର୍ବେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଆଣିବାକୁ ଯାଇଥିଲେ। ସେବେଠାରୁ ଆଉ ଘରକୁ ଫେରିନଥିଲେ। 

ମଙ୍ଗଳବାର ସକାଳେ କିଛି ଛେଳି ଚରାଳି ନଦୀ ବନ୍ଧରେ ଏକ ଗଳିତ ଶବ ପଡିଥିବାର ଦେଖି ପରିବାର ଲୋକଙ୍କୁ ଅବଗତ କରିଥିଲେ। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିବା ସହ ନୀଳଗିରି ପୁଲିସକୁ ଅବଗତ କରିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର ପକ୍ରିୟା ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି କହିଛି ପୁଲିସ।

Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe