ଭାସିଯାଇଥିଲେ ବୃଦ୍ଧ: ୧୮ ଘଣ୍ଟା ପରେ କୋଏଲ ନଦୀରୁ ଶବ ଉଦ୍ଧାର

ସୁନ୍ଦରଗଡ଼ ଜିଲ୍ଲା କୋଏଲ ନଦୀ ପାର୍‌ ହେଉଥିବାବେଳେ ଭାସିଯାଇଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ସକାଳ ପ୍ରାୟ ୧୦ଟାରେ ଅଗ୍ନୀଶମ ବିଭାଗ କର୍ମଚାରୀ ମୃତଦେହ ଠାବ କରିଥିଲେ।

Koel river

Koel river Photograph: (sambad.in)

ରାଉରକେଲା: କୋଏଲ ନଦୀ ପାର୍‌ ହେଉଥିବାବେଳେ ଭାସିଯାଇଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ଶନିବାର ସକାଳ ପ୍ରାୟ ୧୦ଟାରେ ଅଗ୍ନୀଶମ ବିଭାଗ କର୍ମଚାରୀ ମୃତଦେହ ଠାବ କରିଥିଲେ। ମୃତକ ହେଉଛନ୍ତି ହାତିବାରୀ ଥାନା ଅନ୍ତର୍ଗତ ତଳସରା ତେଲିପଡ଼ାର ବୀରେନ୍ଦ୍ର କର (୬୧)। ବ୍ୟବଚ୍ଛେଦପରେ ଆଜି ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ପୂର୍ବାହ୍ନରେ ବୀରେନ୍ଦ୍ର ଟ୍ରେନ୍‌ ଟିକଟ କରିବାକୁ ରାଉରକେଲା ଆସିଥିଲେ। ଟିକଟ ସଂରକ୍ଷଣ କରିବାପରେ ସେ କୋଏଲ ନଦୀ ପରପଟରେ ଥିବା ରିଉଁରେ ନିଜ ସର୍ମ୍ପୀୟଙ୍କ ଘରେ ରାତ୍ରୀଯାପନ କରିବାକୁ ଯୋଜନା କରିଥିଲେ। ‌ତେବେ ନବନିର୍ମିତ ବ୍ରିଜ୍‌ଦେଇ ଗଲେ ଅଧିକ ଦୂରତା ହେବା ଭାବି ନଦୀ ପାର୍‌ ହେବାକୁ ନିଷ୍ପତ୍ତି ନେଇଥିଲେ। ପରେ ଅପରାହ୍ନ ସାଢ଼େ ୪ଟାରେ ସେ କୋଏଲ ନଦୀ ବୈକୁଣ୍ଠ ଘାଟରୁ ନଦୀ ପାର୍‌ ହୋଇଥିଲେ।

ବୀରେନ୍ଦ୍ର ଟ୍ରେନ୍‌ ଟିକଟ କରିବାକୁ ରାଉରକେଲା ଆସିଥିଲେ। ଟିକଟ ସଂରକ୍ଷଣ କରିବାପରେ ସେ କୋଏଲ ନଦୀ ପରପଟରେ ଥିବା ରିଉଁରେ ନିଜ ସର୍ମ୍ପୀୟଙ୍କ ଘରେ ରାତ୍ରୀଯାପନ କରିବାକୁ ଯୋଜନା କରିଥିଲେ। ‌ତେବେ ନବନିର୍ମିତ ବ୍ରିଜ୍‌ଦେଇ ଗଲେ ଅଧିକ ଦୂରତା ହେବା ଭାବି ନଦୀ ପାର୍‌ ହେବାକୁ ନିଷ୍ପତ୍ତି ନେଇଥିଲେ।

ସ୍ଥାନୀୟ ଲୋକ ତାଙ୍କୁ ବାରଣ କରିଥିଲେ ମଧ୍ୟ ବୀରେନ୍ଦ୍ର କୁଆଡ଼େ ଶୁଣିନଥିଲେ। ପାଖାପାଖି ୭୫ ପ୍ରତିଶତ ନଦୀ ପାର୍‌ ହୋଇସାରିଥିଲେ। ତେବେ ନଦୀର ଜଳସ୍ରୋତ ମାତ୍ରାଧିକ ଥିବାରୁ ଏଥିରେ ଭାସିଯାଇଥିଲେ। ଗତକାଲି ଅଗ୍ନୀଶମ ବିଭାଗ ଖୋଜାଖୋଜି କଲାପରେ ମଧ୍ୟ ପାଇନଥିଲା। ଆଜି ପୁନର୍ବାର ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ। ଆଜି ପୂର୍ବାହ୍ନ ୧୦ଟାରେ ବୀରନ୍ଦ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

sundargarh 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe