ଭୁବନେଶ୍ବର ରେଳଡ଼ବା ମରାମତି କାରଖାନା ନିକଟ ପଡ଼ିଆରୁ ମୃତଦେହ ଉଦ୍ଧାର

ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରୁ ରବିବାର ସନ୍ଧ୍ୟାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମଞ୍ଚେଶ୍ବର ରେଳଡବା ମରାମତି କାରଖାନା ନିକଟସ୍ଥ ଖେଳ ପଡ଼ିଆରୁ ଏହି ମୃତଦେହ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। 

mancheswar1

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରୁ ରବିବାର ସନ୍ଧ୍ୟାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମଞ୍ଚେଶ୍ବର ରେଳଡବା ମରାମତି କାରଖାନା ନିକଟସ୍ଥ ଖେଳ ପଡ଼ିଆରୁ ଏହି ମୃତଦେହ ହୋଇଛି। ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। 

ସୂଚନା ଅନୁସାରେ ରେଳଡବା ମରାମତି କାରଖାନା ନିକଟସ୍ଥ ଖେଳ ପଡ଼ିଆରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।

ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତାକ୍ତ ଚି଼ହ୍ନ ରହିଛି। ଦିନେ/ଦୁଇଦିନ ପୂର୍ବରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe