dead body rescued at hirakud Photograph: (sambad.in)
ବୁର୍ଲା: ହୀରାକୁଦ ରେଳ ଷ୍ଟେସନର ବିପରୀତ ପାର୍ଶ୍ୱ ୫୩ ନଂ ଜାତୀୟ ରାଜପଥ କଡ଼ରେ ଏକ ଶବ ପଡ଼ିଥିବା ଦେଖାଯାଇଛି। ଶବ ନିକଟରେ ହଳେ ରବର ଚପଲ ପଡ଼ି ରହିଛି। ରେଳବାଇ ବିଭାଗର 'ହଲିଡେ ହୋମ' ପାର୍ଶ୍ୱ ବୁଦାଳିଆ ସ୍ଥାନରେ ଶବଟି ପଡ଼ି ରହିଛି। ପଥଚାରୀଙ୍କ ପାଖରୁ ଖବର ପାଇ ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।
ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସର ତଦନ୍ତ
ପାରିପାର୍ଶ୍ବିକ ସ୍ଥିତି ଓ ପ୍ରାଥମିକ ତଦନ୍ତ ପରେ ଭିମସାର ବଡ଼ ଡାକ୍ତରଖାନା ଶବ ବାହକ ଗାଡ଼ିରେ ଭିମସାର ଫାଣ୍ଡି ଶବାଗାରକୁ ନେଇଛି। ମୃତକଙ୍କ ପରିଚୟ ମିଳିନାହିଁ। ବୟସ ୫୦ରୁ ୫୫ ହୋଇଥିବା ଅନୁମାନ କରାଯାଉଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି।
Follow Us