ତାମିଲନାଡୁ ଖଟିବାକୁ ଯାଇଥିଲେ ମୟୂରଭଂଜର ଯୁବକ, ଘରକୁ ଫେରୁଛି ଶବ

ନୂଆଗାଁ ଗ୍ରାମର ଦିଲ୍ଲୀପ ସିଂ ଆଖପାଖ ଅଞ୍ଚଳର ଏକାଧିକ ଯୁବକଙ୍କ ସହିତ ଗତ ଜୁଲାଇ ମାସ ୨୪ ତାରିଖ ଦିନ ବାଲେଶ୍ୱର ରେଳଷ୍ଟେସନରୁ ତାମିଲନାଡୁ ରାଜ୍ୟକୁ ଦାଦନ ଖଟିବାକୁ ବାହାରିଥିଲେl ସେଠାରେ ପହଞ୍ଚି ସେ ସେଲମ ଅଞ୍ଚଳର ଏକ ସୂତାକଳରେ କାମ କରିବାର ଥିଲାl

Dead

ବୈଶିଙ୍ଗା: ସରକାର ବଦଳିଲା, ହେଲେ ସରୁନି ଦାଦନ ଦୁଃଖ l ଭୋଟ ପାଇଁ ନିର୍ବାଚନ ପୁର୍ବରୁ କେବଳ ନେତାଙ୍କ ବାହାସ୍ପଟ ଶୁଣିବାକୁ ମିଳେ ସିନା, ହେଲେ ଏବେବି ଓଡିଶାରୁ ଯାଇନି ଦାଦନ ଯନ୍ତ୍ରଣା l ପରିବାରର ମୁଖିଆ ପୁଅ, ଝିଅ ଓ ସ୍ତ୍ରୀ ମୁହଁରେ ଦାନା ଦିଓଳି ଦେବା ଆଶାରେ ଯାଇଥିଲା ଦାଦନ ଘଟିବାକୁ ସୁଦୂର ତାମିଲନାଡୁl ହେଲେ ଗନ୍ତବ୍ୟ ଷ୍ଟେସନରେ ପହଞ୍ଚି ହୋଇଗଲେ ନିଖୋଜ` ୨୦ଦିନ ପରେ କ୍ଷତାକ୍ତ ଅବସ୍ଥାରେ ଡାକ୍ତରଖାନାରେ ଚିକତ୍ସାଧୀନ ନେଇ ଆସିଲା ଖବର ଆଉ ପରିବାର ଲୋକ ପହଞ୍ଚିବାର ୩ଦିନ ପରେ ହୋଇଗଲା ମୃତ୍ୟୁl ଏହିପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ପୁରୁଣିଆ ପଞ୍ଚାୟତର ନୂଆଗାଁ ଗ୍ରାମରେl ମୃତକ ହେଲେ ଉକ୍ତ ଗ୍ରାମର ଦନୁ ସିଂଙ୍କ ପୁଅ ଦିଲ୍ଲୀପ (୪୫)l ଘୋରାଇ କମ୍ପାନିର କର୍ମଚାରୀଙ୍କ ସହାୟତାରେ ଫେରୁଛି ଶବl


ସୂଚନା ଅନୁଯାଇ ନୂଆଗାଁ ଗ୍ରାମର ଦିଲ୍ଲୀପ ସିଂ ଆଖପାଖ ଅଞ୍ଚଳର ଏକାଧିକ ଯୁବକଙ୍କ ସହିତ ଗତ ଜୁଲାଇ ମାସ ୨୪ ତାରିଖ ଦିନ ବାଲେଶ୍ୱର ରେଳଷ୍ଟେସନରୁ ତାମିଲନାଡୁ ରାଜ୍ୟକୁ ଦାଦନ ଖଟିବାକୁ ବାହାରିଥିଲେl ସେଠାରେ ପହଞ୍ଚି ସେ ସେଲମ ଅଞ୍ଚଳର ଏକ ସୂତାକଳରେ କାମ କରିବାର ଥିଲାl ହେଲେ ସାଲେମ ଷ୍ଟେସନରେ ପହଞ୍ଚିବା ପରେ ଦିଲ୍ଲୀପ ହୋଇଯାଇଥିଲେ ନିଖୋଜl ସାଙ୍ଗରେ ଯାଇଥିବା ଲୋକ ତାଙ୍କୁ ନପାଇ ବ୍ୟସ୍ତବିବ୍ରତ ହୋଇ ଦିଲ୍ଲୀପର ପୁଅ କହ୍ନେଇକୁ ତା ବାପାଙ୍କର ନିଖୋଜ ସମ୍ବନ୍ଧରେ ଖବର ଦେଇଥିଲେl ପରେ ପରିବାର ଲୋକ ବୈଶିଙ୍ଗା ଥାନାରେ ଦିଲ୍ଲୀପର ନିଖୋଜ ନେଇ ଅଭିଯୋଗ ଦେବାକୁ ଯାଇଥିବାବେଳେ ପୁଲିସ ତାଙ୍କୁ ବାପା ଯୋଉଁଟି ହଜଛନ୍ତି ସେଠାରେ ଅଭିଯୋଗ କରିବାକୁ କହିଥିଲେl

ନିରାଶ ହୋଇ ପରିବାର ଲୋକ ବାଲେଶ୍ୱର ରେଳ ଷ୍ଟେସନରେ ଥିବା ପୁଲିସ ଅଧିକାରୀଙ୍କୁ ଘଟଣା ସମ୍ବନ୍ଧରେ ଜଣାଇଥିଲେ। ସେଠାରେ ବି ନିରାଶ ହେବାକୁ ପଡ଼ିଥିଲା l ଦିଲ୍ଲୀପର ପୁଅ କହ୍ନେଇ ମଧ୍ୟ ତାମିଲନାଡୁର ଅନ୍ୟ ଏକ ଜାଗାରେ ଦାଦନ ଖଟୁଥିବାବେଳେ ସେ ଅନ୍ୟ ଉପାୟ ନପାଇ ସେଠାକାର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲାl ହେଲେ ହଟାତ ଚଳିତ ମାସ ୧୭ତାରିଖ ଦିନ କହ୍ନେଇ ମୋବାଇଲକୁ ଏକ ଅଜଣା ନମ୍ବରରୁ କଲ ଆସିଲା କି ତୁମ ବାପା କ୍ଷତାକ୍ତ ଅବସ୍ଥାରେ ଗୁରୁତର ଆହତ ହୋଇ ସେଲମସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତିl

ତେବେ ବିଳମ୍ଭ ନକରି କହ୍ନେଇ ଡାକ୍ତରଖାନାରେ ପହଞ୍ଚି ଯାଇ ଦେଖିବାକୁ ପାଇଥିଲା କି ବାପାଙ୍କ ବେକ ସମେତ ଏକାଧିକ ଜାଗାରେ ଧାରୁଆ ଅସ୍ତ୍ରରେ କଟାଯାଇଛି ଓ ସେ ଗୁରୁତର ଅଛନ୍ତିl ଗୁରୁବାର ଦିନ ତାଙ୍କ ବାପାଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲାl ପରେ ଶବ ଆଣିବାକୁ କହ୍ନେଇ ଅସମର୍ଥ ହେବାରୁ ଦିଲ୍ଲୀପ କାମ କରୁଥିବା ସ୍ଥାନର କିଛି ସହଯୋଗୀ, ମାଲିକ ଓ ସ୍ଥାନୀୟ ପୁଲିସ ମିଶି ଆର୍ଥିକ ସହଯୋଗ ଦେବା ସହିତ ଆଜି ଦିଲ୍ଲୀପ ର ଶବକୁ ଆମ୍ବୁଲାନ୍ସ ଯୋଗେ ଓଡିଶାକୁ ପଠାଇଛନ୍ତିl

ଅନ୍ୟପଟେ କହ୍ନେଇର ସୂଚନା ଅନୁଯାଇ ସେ ଡାକ୍ତରଖାନାରେ ପହଞ୍ଚିବା ପରେ ସୂଚନା ପାଇଥିଲେ କି ଦିଲ୍ଲୀପ ସେଦିନ ଷ୍ଟେସନରୁ ନିଜ ବନ୍ଧୁମାନଙ୍କ ସହିତ ନଯାଇ ଜଣେ ତାମିଲ ଲୋକ ସହିତ ଯାଇ ସୂତାକଳ ବଦଳରେ ଆତୁର ନାମକ ଏକ ସ୍ଥାନରେ ଜଣେ ଠିକାଦାର ପାଖରେ ରହି ସେଲ ଖୋଲିବା କାମ କରୁଥିଲା ଓ ସେ କୌଣସି କାରଣ ବଶତଃ ନିଜେ ଧାରୁଆ ଅସ୍ତ୍ରରେ ନିଜ ବେକ କାଟି ଦେଇଛିl ତେବେ କହ୍ନେଇ ଏହାକୁ ସହଜରେ ବିଶ୍ୱାସ କରି ପାରିନଥିଲା ଓ ସ୍ଥାନୀୟ ଥାନାରେ ବାପାଙ୍କୁ ହତ୍ୟା କରାଯାଇଥିବା ନେଇ ଏକ ଲିଖିତ ଅଭିଯୋଗ ଦେଇଥିଲାl

ସେପଟେ ଦିଲ୍ଲୀପର ସ୍ତ୍ରୀ ଓ ଝିଅ ଦୁଃଖରେ ଭାଙ୍ଗି ପଡି ନିଜ ସ୍ୱାମୀ ଓ ବାପାଙ୍କ ଶବ ଫେରିବା ବାଟକୁ ଚାହିଁ ବସିଛନ୍ତି l ଏନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ଯ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛିl ତେବେ ରବିବାର ସକାଳୁ ଦିଲ୍ଲୀପଙ୍କ ଶବ ଗାଁ ରେ ପହଞ୍ଚିବା ନେଇ କହିଛନ୍ତି ଶବକୁ ନେଇ ଫେରୁଥିବା ତାଙ୍କ ପୁଅl

Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe