ଯୁବକଙ୍କ ସହିତ ଦଉଡ଼ି ଲଗାଇ ଝୁଲିପଡ଼ିଲେ ନାବାଳିକା

Advertisment

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ ପୋଖରିଆ ଗ୍ରାମରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ ପୋଖରିଆ ଗ୍ରାମରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

dead body recovered

Dead body recovered Photograph: (sambad.in)

ରାଇରଙ୍ଗପୁର/ବିଜାତଳା: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ ପୋଖରିଆ ଗ୍ରାମରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣଙ୍କ ହେଲେ ସର୍ଗତଃ ପୁନି ନାଏକଙ୍କ ପୁଅ ସଦାନନ୍ଦ ନାଏକ (୨୦) ଓ ନାବାଳିକା ହେଉଛନ୍ତି ମନୀଷା ନାଏକ (୧୪) ବୋଲି ସୂଚନା ମିଳିଛି। ମନୀଷା ହାଇସ୍କୁଲ ଛାତ୍ରୀ ଥିଲେ।

ନାବାଳିକା ଜଣକ ପୁରୁଷ ବନ୍ଧୁ ଘରକୁ ରାତ୍ରିରେ ଆସି ଥିବା ବେଳ ଶୋଇବା ଘରେ ଦୌଡ଼ିରେ ଫାଶୀ ହୋଇ ଜୀବନ ହାରିଛନ୍ତି।

ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଝରଣ ଗ୍ରାମପଞ୍ଚାୟତର ପୋଖରିଆ ଗ୍ରାମରେ। ଦୁଇ ଜଣଙ୍କ ପ୍ରେମ ସମ୍ପର୍କ ଚାଲିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଥିଲା। ନାବାଳିକା ଜଣକ ପୁରୁଷ ବନ୍ଧୁ ଘରକୁ ରାତ୍ରିରେ ଆସି ଥିବା ବେଳ ଶୋଇବା ଘରେ ଦୌଡ଼ିରେ ଫାଶୀ ହୋଇ ଜୀବନ ହାରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହିତ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। 

ଏନେଇ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ ଦୁଇଟି ପୃଥକ୍ ପୃଥକ୍ କେସ ନଂ ୧୧/୨୫ ଓ ୧୨/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଶବ ଜବତ କରି ରାଇରଙ୍ଗପୁର ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe