ଖରା ବଢ଼ିଲେ ଅଙ୍ଗନବାଡ଼ି ବନ୍ଦ କରାଯିବ, ଛୁଆଙ୍କ ଖାଦ୍ୟ ଘରକୁ ପଠାଯିବ: ମନ୍ତ୍ରୀ

ପ୍ରବଳ ଖରା ସାଙ୍ଗକୁ ରାଜ୍ୟରେ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ସକାଳ ୮ଟା ହେଲା ମାତ୍ରେ ଟାଣ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପଶ୍ଚିମ ଓଡ଼ିଶାରେ ସ୍ଥିତି ଆହୁରି ଖରାପ।

Summer vocation in Odisha

Summer vocation in Odisha Photograph: (sambad.in)

ଭୁବନେଶ୍ୱର: ପ୍ରବଳ ଖରା ସାଙ୍ଗକୁ ରାଜ୍ୟରେ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ସକାଳ ୮ଟା ହେଲା ମାତ୍ରେ ଟାଣ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ପଶ୍ଚିମ ଓଡ଼ିଶାରେ ସ୍ଥିତି ଆହୁରି ଖରାପ। ରାଜ୍ୟରେ ଏବେ ସକାଳୁଆ ସ୍କୁଲ ଜାରି ଥିବା ବେଳେ ପିଲାମାନେ ସାଢ଼େ ୧୦ଟାରେ ଘରକୁ ଆସିଲା ବେଳକୁ ଭାରି କଷ୍ଟ ଅନୁଭବ କରୁଛନ୍ତି। ସେହିପରି ଅଭିଭାବକମାନେ ଯେତେବେଳେ ଛୋଟ ପିଲାମାନଙ୍କୁ ସ୍କୁଲକୁ ଆଣିବାକୁ ଯାଇ ବାହାରେ ‌ଅପେକ୍ଷା କରୁଛନ୍ତି, ଭାରି ଯନ୍ତ୍ରଣା ଅନୁଭବ କରୁଛନ୍ତି। ଏଭଳି ପରିସ୍ଥିତିରେ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ ଶ୍ରୀଘ୍ର ଗ୍ରୀଷ୍ମକାଳନୀ ଛୁଟି ଘୋଷଣା କରାଯାଉ ବୋଲି ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି ନେଇ ଦାବି କରାଯାଉଛି। 

ରାଜ୍ୟ ସରକାର କହିଛନ୍ତି, ଚଳିତ ବର୍ଷ ଖରାଛୁଟି ନେଇ ଆସନ୍ତା ୨ ଦିନରେ ନିଷ୍ପତ୍ତି ନିଆଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏ ନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖରାଛୁଟି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରସ୍ତାବ ଦିଆଯାଇଛି। ମେ ୬ ତାରିଖ ପର୍ଯ୍ୟନ୍ତ ଆଗୁଆ ଛୁଟି ପ୍ରଦାନ ପାଇଁ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି।

ରାଜ୍ୟରେ ତାତି ବଢ଼ିବାରେ ଲାଗିଛି। ସକାଳ ୮ଟା ପରେ ବାହାରକୁ ଯିବା ଅସହ୍ୟ ହୋଇପଡୁଛି। ପିଲାମାନେ ସ୍କୁଲ ଯିବା ସମୟରେ ଯେତିକି କଷ୍ଟ ଅନୁଭବ କରୁଛନ୍ତି, ଫେରିବା ବେଳକୁ ତାଠାରୁ ଅଧିକ ହଇରାଣ ହେଉଛନ୍ତି। ତେଣୁ ବୁଦ୍ଧିଜୀବୀ ମହଲରେ ଶୀଘ୍ର ଗ୍ରୀଷ୍ମକାଳୀନ ଅବକାଶ ଘୋଷଣା କରିବାକୁ ଦାବି ହେଉଛି।  

ରାଜ୍ୟରେ ଏବେ ଗ୍ରୀଷ୍ମଲହରୀ ଜାରି ରହିଛି। ତାପମାତ୍ରା ବୃଦ୍ଧି ପାଇବା କାରଣରୁ ବିଭିନ୍ନ ବିଭାଗ ସହ ରାଜସ୍ୱ ବିଭାଗ ଆଲୋଚନା କରିଛି ଛୁଟି ନେଇ ଆଲୋଚନା କରାଯାଇଛି। ଖରା ବଢ଼ିଲେ ଅଙ୍ଗନବାଡ଼ି ବନ୍ଦ କରାଯିବ। ଛୁଆଙ୍କ ଖାଦ୍ୟ ଘରକୁ ପଠାଇବାର ବ୍ୟବସ୍ଥା କରାଯିବ। ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ନିର୍ଦ୍ଦେଶନାମା ଜାରି କରାଯିବ। ଏ ସମ୍ପର୍କରେ ଆଜି ସନ୍ଧ୍ୟାରେ ଆଲୋଚନା କରାଯିବ। 

school | Education | Weather

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe