ଦୁର୍ଗାପୂଜା ପାଇଁ ନିର୍ମିତ ତୋରଣ ଭୁଶୁଡ଼ିଲା: ଚାପି ହୋଇଗଲା କାର୍‌-ବାଇକ୍‌

ରାସ୍ତାକଡ଼ରେ ମଣ୍ଡପ ଓ ତୋରଣଗୁଡ଼ିକ ଅସଜଡ଼ା ହୋଇଥିବା ଦେଖିବାକୁ ମିଳୁଛି। ପୂର୍ବରୁ ପୂଜା ମଣ୍ଡପ ସ୍ଥଳ ଓ ଏହାର ଆଖପାଖ ଯେମିତି ସଫାସୁଥୁରା ଥିଲା, ସେମିତି ନାହିଁ। ତୋରଣ ଓ ମଣ୍ଡପଗୁଡ଼ିକରୁ ବାଉଁଶ ଓ ଅନ୍ୟାନ୍ୟ ସାମଗ୍ରୀ ଖୋଲିବା ପାଇଁ ଆହୁରି ଅନେକ ଦିନ ଲାଗିପାରେ ବୋଲି ଆଶା କରାଯାଉଛି।

ଅଦ୍ୟତନ ହୋଇଛି

Photo: Nandu

କଟକ: ଶାରଦୀୟ ଦୁର୍ଗାପୂଜା ସରିଛି। ଧରାପୃଷ୍ଠରୁ ମା’ ଦୁର୍ଗା ବିଦାୟ ନେଇସାରିଛନ୍ତି। କିନ୍ତୁ ମା’ଙ୍କ ସ୍ବାଗତ ପାଇଁ ସୁସଜ୍ଜିତ କରାଯାଇଥିବା ମଣ୍ଡପ ଓ ତୋରଣଗୁଡ଼ିକ ଏବେବି ସେମିତି ଅସଜଡ଼ା ହୋଇ ପଡ଼ି ରହିଛି। ରାସ୍ତାକଡ଼ରେ ମଣ୍ଡପ ଓ ତୋରଣଗୁଡ଼ିକ ଅସଜଡ଼ା ହୋଇଥିବା ଦେଖିବାକୁ ମିଳୁଛି। ପୂର୍ବରୁ ପୂଜା ମଣ୍ଡପ ସ୍ଥଳ ଓ ଏହାର ଆଖପାଖ ଯେମିତି ସଫାସୁଥୁରା ଥିଲା, ସେମିତି ନାହିଁ। ତୋରଣ ଓ ମଣ୍ଡପଗୁଡ଼ିକରୁ ବାଉଁଶ ଓ ଅନ୍ୟାନ୍ୟ ସାମଗ୍ରୀ ଖୋଲିବା ପାଇଁ ଆହୁରି ଅନେକ ଦିନ ଲାଗିପାରେ ବୋଲି ଆଶା କରାଯାଉଛି। ତେବେ କାମ ସରିଗଲା ପରେ ରାସ୍ତାକଡ଼ରୁ ତୋରଣଗୁଡ଼ିକ  ଖୋଲା ନଯିବାରୁ ଅଘଟଣ ଘଟୁଛି। ଆଜି କଟକର ଖାନ୍‌ନଗରରେ ଦୁର୍ଗା ପୂଜା ପାଇଁ ନିର୍ମିତ ହୋଇଥିବା ଏକ ତୋରଣ ଭୁଶୁଡ଼ି ପଡ଼ିଛି। ଭୁଶୁଡ଼ି ପଡ଼ିଥିବା ତୋରଣ ଏକ କାର ଓ ୨ଟି ବାଇକ୍‌ ଉ‌ପରେ ପଡ଼ିଛି। ସୌଭାଗ୍ୟ ବଶତଃ କାହାର କିଛି କ୍ଷତି ହୋଇନାହିଁ। 

publive-image

ଖାନ୍‌ନଗରର ନେତାଜୀ ବସ୍ ଟର୍ମିନାଲ ନିକଟରେ ସ୍ଥାନୀୟ ପୂଜା କମିଟି ପକ୍ଷରୁ ଏକ ସୁଉଚ୍ଚ ତୋରଣ ନିର୍ମାଣ ହୋଇଥିଲା। ଆଜି ଅପରାହ୍‌ଣ ପ୍ରାୟ ୨ଟାରେ ଏହା ଭୁଶୁଡ଼ି ପଡ଼ିଥିଲା। ଫଲରେ ତୋରଣ ତଳେ ଗୋଟିଏ କାର୍ ଓ ୨ଟି ବାଇକ୍ ଚାପି ହୋଇ ରହିଥିଲା। 

ତୋରଣ ଭୁଶୁଡ଼ିବା ଯୋଗୁ କିଛି ସମୟ ପର୍ଯ୍ୟନ୍ତ ଗାଡ଼ିଚଳାଚଳ ପ୍ରଭାବିତ ହୋଇଥିଲା। ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା। ଏକ ଜେସିବି ସାହାଯ୍ୟରେ ସୁଉଚ୍ଚ ତୋରଣଟି ଉଠା ଯାାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଏହି ଅଘଟଣ ଘଟିବା ପରେ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ। କିଛି ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe