ଗଜପତି: ରାସ୍ତା ସମସ୍ୟାର ସମାଧାନ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ। ଚନ୍ଦନ ଖଳା ନିକଟରେ ଦୀର୍ଘ ସମୟ ଧରି ଜାତୀୟ ରାଜପଥ ୩୨୬/ଏ କୁ ଅବରୋଧ କରି ରଖିଛନ୍ତି। ପାଟିକଟା ଠାରୁ ଚନ୍ଦନ ଖଳା ପର୍ଯ୍ୟନ୍ତ ୮ କିମି ରାସ୍ତା ନିର୍ମାଣରେ ବାଧକ ସାଜୁଛି। ୫୦୦ ମିଟର ଘରୋଇ ଜମି, କିନ୍ତୁ ସରକାରଙ୍କୁ ଦାନ କରିବା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ପ୍ରଶାସନ ରାସ୍ତା ନିର୍ମାଣରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ।

Advertisment

ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି ମଟର 

ଏହି ରାସ୍ତା ନିର୍ମାଣ ହେଲେ ଗୋଷାଣୀ ବ୍ଳକର ତିନିଟି ଗାଁ ଓ ଗୁମ୍ମା ବ୍ଲକର ଦୁଇଟି ଗାଁ ଏଭଳି ୫ ରୁ ଅଧିକ ଗ୍ରାମବାସୀ ଉପକୃତ ହେବେ। ରାସ୍ତା ନିର୍ମାଣର ପ୍ରତିଶ୍ରୁତି ପରେ ହିଁ ଅବରୋଧ ହଟିବ ବୋଲି ଏକା ଜିଦରେ ଜାତୀୟ ରାଜପଥ ଅବରୋଧ କରି ରଖିଛନ୍ତି। ଫଳରେ ଶହ ଶହ ଗାଡ଼ି ମଟର ଉଭୟ ପାର୍ଶ୍ବରେ ଅଟକି ରହିଥିବା ଦେଖିବାକୁ ମିଳିଛି। ଗୁରାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି।

ରାସ୍ତା ସମସ୍ୟାର ସମାଧାନ ଦାବିରେ ଜାତିୟ ରାଜପଥ ଅବରୋଧ କଲେ ଗ୍ରାମବାସୀ, ପାଟିକଟା ନିକଟରେ ଦିର୍ଘ ୫ ଘଣ୍ଟା  ଧରି ଜାତୀୟ ରାଜପଥ ୩୨୬/A କୁ ଅବରୋଧ କରି ରଖିଥିଲେ  । ପାଟିକଟା ଠାରୁ ଚନ୍ଦନ ଖଳା ପର୍ଯ୍ୟନ୍ତ ୮ କିମି ରାସ୍ତା ନିର୍ମାଣରେ ବାଧକ ସାଜୁଛି ୫୦୦ ମିଟର ଘରୋଇ ଜମି , କିନ୍ତୁ ସରକାରଙ୍କୁ ଦାନ କରିବା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ପ୍ରଶାସନ ରାସ୍ତା ନିର୍ମାଣରେ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନ କାରି ।

ଏହି ରାସ୍ତା ନିର୍ମାଣ ହେଲେ ଗୋଷାଣୀ ବ୍ଳକର ତିନି ଗୋଟି ଗାଁ ଓ ଗୁମ୍ମା ବ୍ଲକର ଦୁଇଟି ଗାଁ ଏଭଳି ୫ ରୁ ଅଧିକ ଗ୍ରାମବାସୀ ଉପକୃତ ହେବେ । ରାସ୍ତା ନିର୍ମାଣର ପ୍ରତିଶ୍ରୁତି ପରେ ହିଁ ଅବରୋଧ ହଟିବ ବୋଲି ଏକା ଜିଦରେ ଜାତୀୟ ରାଜପଥ ଅବରୋଧ କରି ରଖିଥିଲେ । ଫଳରେ ଶହ ଗାଡି ମଟର ଉଭୟ ପାର୍ଶ୍ବରେ ଅଟକି ରହିଥିଲା । 

ଗୁରାଣ୍ଡି ପୁଲିସ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତାରୋକରୁ ହଟିନଥିଲେ । ଏହାପରେ ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକ , ଗୋଷାଣି ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ ଓ ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା ପହଞ୍ଚି ବୁଝାସୁଝା କରିଥିଲେ ।

ବିଡିଓ ଶ୍ରୀ ପଟ୍ଟନାୟକ ଆନ୍ଦୋଳନକାରୀଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ପ୍ରଶାସନ, ପୋଲିସ୍ ଓ ଉଭୟ ଗ୍ରାମାଞ୍ଚଳବାସୀ ଏବଂ ଜମିମାଲିକଙ୍କ ସହ ଆପୋସ ଆଲୋଚନା କରାଯାଇ ରାସ୍ତାନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧରୁ ହଟିଥିଲେ ଆନ୍ଦୋଳନକାରୀ ।

ଆଜିର ଏହି ଆନ୍ଦୋଳନ ବେଳେ ଦୁଇ ବ୍ଲକାଞ୍ଚଳର ପି.ଚିନ୍ନାରାଓ, ଏସ୍.ଗୋବିନ୍ଦ ରାଓ, ଏସ୍.ବାବୁ ରାଓ, ପି.କଦୋଣ୍ଡା ରାଓ, ଏମ୍. ଅର୍ଜୁନ ରାଓ, ଟି.ନରେଶ, ଏସ୍. ତେଜେଶ୍ବର ରାଓ, କ୍ରୀଷ୍ଣା ମିଶାଲ, ପ୍ରଫୁଲ ମିଶାଲ, ଜୟ ସିଂ ପ୍ରମୁଖଙ୍କ ସମେତ ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳାମାନେ ଉପସ୍ଥିତଥିଲେ । 

ସୂଚନା ଥାଉକି ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅନ୍ତର୍ଗତ ଚନ୍ଦନଖଳା ଗ୍ରାମ୍ୟ ରାସ୍ତାର ମାତ୍ର ୭୦୦ ମିଟର  ରାସ୍ତା ଅଣ ଓସାରିଆ ହୋଇଥିବା ବେଳେ ଉଭୟ ପଟେ ବେସରକାରୀ ଜମି ରହିଛି ତେଣୁ ଚନ୍ଦନଖଳା ରାସ୍ତା ନିର୍ମାଣ ହୋଇପାରୁ ନାହିଁ । ଫଳରେ ଗୁମ୍ମା ବ୍ଲକର ଖେତଡା, ଓର୍ଲି, ଏଲୁଗୁମେଟା, ବିତିସିଂ, ଲକ୍ଷ୍ମୀପୁର, ଆନନ୍ଦପୁର ଏବଂ ଗୋଷାଣି ବ୍ଲକର ଅଙ୍ଗରଡା ଓ ଚନ୍ଦନଖଳା ଗ୍ରାମବାସୀ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ବାରମ୍ବାର ବହୁ ବର୍ଷ ଧରି  ଜଣାଇ ଆସୁଥିଲେ ସୁଦ୍ଧା କେହି କର୍ଣ୍ଣପାତ ନ କରିବା ଯୋଗୁଁ ଆଜି ଦୁଇ ବ୍ଲକର ଶତାଧିକ ଅଞ୍ଚଳବାସୀନ୍ଦା ରାସ୍ତା ଅବରୋଧ  କରି ଆନ୍ଦୋଳନ କରିଥିଲେ ।

ଆହୁରି ପଢ଼ନ୍ତୁ: Vigilance Raid Ranger ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ରାହାମା ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ଘରେ ଭଜିଲାନ୍ସ ଚଢ଼ାଉ