ଖୋଲମେଲାରେ ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର, ଅନ୍ୟତ୍ର ସ୍ଥାନାନ୍ତର ଦାବି

Advertisment

ବୌଦ୍ଧ ବ୍ଲକ ବାଉଁଶୁଣୀ ପୁରୁଣାବସ୍ତି ରାସ୍ତା ତଥା ଦୈନିକ ବଜାର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବହୁ ବର୍ଷ ହେଲା ଦୁଇଟି ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ଖୋଲାମେଲା ଭାବେ ବିପଦସଂକୁଳ ଅବସ୍ଥାରେ ରହିଛି।

ବୌଦ୍ଧ ବ୍ଲକ ବାଉଁଶୁଣୀ ପୁରୁଣାବସ୍ତି ରାସ୍ତା ତଥା ଦୈନିକ ବଜାର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବହୁ ବର୍ଷ ହେଲା ଦୁଇଟି ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ଖୋଲାମେଲା ଭାବେ ବିପଦସଂକୁଳ ଅବସ୍ଥାରେ ରହିଛି।

Transfermer shifted deamnd

Transfermer shifted deamnd Photograph: (sambad.in)

ବାଉଁଶୁଣୀ: ବୌଦ୍ଧ ବ୍ଲକ ବାଉଁଶୁଣୀ ପୁରୁଣାବସ୍ତି ରାସ୍ତା ତଥା ଦୈନିକ ବଜାର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ବହୁ ବର୍ଷ ହେଲା ଦୁଇଟି ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର ଖୋଲାମେଲା ଭାବେ ବିପଦସଂକୁଳ ଅବସ୍ଥାରେ ରହିଛି। ଏହି ଟ୍ରାନ୍ସଫର୍ମରରୁ ଅନେକ ସମୟରେ ସର୍ଟସର୍କିଟ ହୋଇ ନିଆଁ ଝୋଲା ପଡୁଛି। ଏହାଛଡା ଗତ ୩ତାରିଖ ସନ୍ଧ୍ୟାରେ ଏହାର କେବୁଲ ଜଳିଯାଇ ଟ୍ରାନ୍ସଫର୍ମରକୁ ନିଆଁ ବ୍ୟାପିଥିଲା। ଆଖପାଖର ଲୋକେ ଖବର୍ ଦେବାରୁ ଠିକ୍ ସମୟରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ଏକ ବଡ ଅଘଟଣ ଟଳି ଯାଇଥିଲା।

ଟ୍ରାନ୍ସଫର୍ମର ନିକଟରେ ଦୋକାନ ଓ ବାସଗୃହ ସବୁ ରହିଛି। ଗ୍ରୀଷ୍ମଋତୁରେ ଅଧିକ ଲୋଡ଼ ହେଉଥିବାରୁ ଯେକୌଣସି ସମୟରେ ଏଠାରେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି ବୋଲି ଆଖପାଖର ଦୋକାନୀ ଓ ଅଧିବାସୀମାନେ ଦୀର୍ଘ ଦିନ ଆଗରୁ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେହେଁ ବିଭାଗୀୟ କର୍ତ୍ତୃପକ୍ଷ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଏଭଳି ସ୍ଥିତିରେ ସ୍ଥାନୀୟ ଅଧିବାସୀ ଓ ଆଖପାଖର ଦୋକାନୀ ମାନେ ଏହି ଟ୍ରାନ୍ସଫର୍ମରକୁ ନେଇ ବର୍ତ୍ତମାନ ଚିନ୍ତାରେ ରହିଛନ୍ତି। ପ୍ରଦୀପ ଅଗ୍ରୱାଲ, ଶ୍ରୀକାନ୍ତ ପାତ୍ର, ଆଶୁତୋଷ ଶର୍ମା, ମନୋଜ ଅଗ୍ରୱାଲ, ମୀନକେତନ ଥାଟି, ନରେଶ ଅଗ୍ରୱାଲ, ଅମ୍ବରିଶ ମହାକୁଳ, ଦାମୋଦର ମେହେର, କୁନ୍ଦନ ମହାକୁଳ, ବସନ୍ତ ମେହେର, ପ୍ରମୁଖ ଏହି ଟ୍ରାନ୍ସଫର୍ମର ଦୁଇଟିକୁ ଶୀଘ୍ର ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି।

Boudh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe