କାଲିମେଳା: ବିଡ଼ିଓଙ୍କ ବଦଳି ଦାବିରେ ବ୍ଲକ ସମୁଖରେ ହଂଗାମା। ବିଡ଼ିଓ ପ୍ରଦୀପ କୁମାର କରଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ଶୁକ୍ରବାର ଦିନ ଲୋକ ପ୍ରତିନିଧି ଓ ଶହଶହ ଜନସାଧାରଣ ହାଟପଦା ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ସମୁଖରେ ପହଂଚି ବିଡ଼ିଓଙ୍କ ବିରୋଧରେ ନାରାବାଜି କରିଥିଲେ। ବ୍ଲକ କାର୍ଯ୍ୟାଳୟରେ ଆନ୍ଦୋଳନକାରୀମାନେ ତାଲା ପକାଇବା ସହିତ ବ୍ଲକ କାର୍ଯ୍ୟାଳୟକୁ ଅଣ୍ଡା ମାଡ଼ କରିଥିଲେ।
ନିର୍ଦ୍ଦିଷ୍ଟ ଦଳକୁ ଅହେତୁକ ଅନୁକମ୍ପା ଦେଖାଇବା, ବାହାର ରାଜ୍ୟର ଜଣେ ଠିକାଦାରକୁ ସରକାରୀ କ୍ୱାଟର ଦେବା, ବେଆଇନ ଭାବରେ ବ୍ଲକ ସାଥି ସେଣ୍ଟରରେ ଝିଅମାନଙ୍କୁ ନିଯୁକ୍ତି ଦେବା, ମାତ୍ରାଧିକ ପିସି ଦାବି କରିବା, ବର୍ଷବର୍ଷ ଧରି ପଂଚାୟତ ସମିତି ବୈଠକ ନ ଆଦି ସମସ୍ୟାକୁ ନେଇ ଏହି ଆନ୍ଦୋଳନ ଡାକରା ଦିଆ ଯାଇଛି।
/sambad/media/media_files/2025/05/09/3b3f9b4c-6f89-4d69-bc6d-256ff347a711-538182.jpg)
ଏହିଁ ଆନ୍ଦୋଳନ ଯୋଗୁଁ କାଲିମେଳାରେ ସମସ୍ତ ଦୋକାନ ବଜାର ବନ୍ଦ ରହି ଥିବାର ଦେଖିବାକୁ ମିଳିଛି। ଏହି ଆନ୍ଦୋଳନରେ ବ୍ଲକ ଅଧକ୍ଷା ସୁବାସିନୀ ସୋଡି, ଉପାଧ୍ୟକ୍ଷ ଲଷ୍ମୀଧର ମାଡକାମୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ମାନସ ମାଡକାମୀ, ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ପୂର୍ବତନ ବ୍ଲକ ଅଧକ୍ଷ ମାଲା ମାଢିଙ୍କ ସମେତ ଲୋକ ପ୍ରତିନିଧି ଓ ଜନସାଧାରଣ ଯୋଗ ଦେଇଥିଲେ। ବ୍ଲକ କାର୍ଯ୍ୟାଳୟ ସମୁଖରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି।
Malkangiri
Follow Us