deogarh bandh today Photograph: (Sambad.in)
ଦେବଗଡ଼: ପୁରୁଣା ଡାକ୍ତରଖାନାରେ ୨୪ଘଣ୍ଟିଆ ସେବା ଦାବିରେ ଆଜି ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ଦେବଗଡ଼ ବନ୍ଦ ପାଳନ କରାଯାଇଛି। ଆଜି ସକାଳେ ୪୯ ନଂ ଜାତୀୟ ରାଜପଥ ଆମ୍ବେଦକର ଛକ ନିକଟରେ ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ଜାତୀୟ ରାଜପଥକୁ ଅବରୋଧ କରାଯାଇଥିଲା। ପୁଲିସ ଆସି ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ଉଠେଇନେଇଥିଲା।
ଉପଜିଲ୍ଲାପାଳଙ୍କ ଗାଡ଼ିକୁ ଆକ୍ରମଣ
ଏହାପରେ ମଞ୍ଚର ବହୁ ସଦସ୍ୟ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଏହାପରେ ପୁଲିସ ପୁଣିଥରେ ଅବରୋଧକାରୀଙ୍କୁ ଉଠାଇ ନେଇଥିଲା। ଆନ୍ଦୋଳନକାରୀମାନେ ଉପଜିଲ୍ଲାପାଳଙ୍କ ଗାଡ଼ିକୁ ଆକ୍ରମଣ କରିଥିଲେ। ଫଳରେ ସେଠାରେ ବେଶ କିଛି ସମୟ ଉତ୍ତେଜନା ଦେଖାଯାଇଥିଲା। ଏହି ସମୟରେ କିଛି ଆନ୍ଦୋଳନକାରୀ ଉପ ଜିଲ୍ଲାପାଳଙ୍କ ଗାଡ଼ିକୁ ଆକ୍ରମଣ କରିଥିଲେ। ଫଳରେ କିଛି ସମୟ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା।
ଆହୁରି ପଢ଼ନ୍ତୁ: Odia youth Returned Sudan ସୁଦାନରୁ ଓଡ଼ିଶା ଫେରିଲେ ଓଡ଼ିଆ ପୁଅ ଆଦର୍ଶ ବେହେରା
ପୁଲିସ ଆକ୍ରମଣକାରୀଙ୍କୁ ଉଠାଇ ନେଇଛି। ଅନ୍ୟପଟେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଆସି ମଞ୍ଚର ଦାବି ସମର୍ଥନ ଜଣାଇ ଆମ୍ବେଦକର ଛକରେ ଧାରଣାରେ ବସିଛନ୍ତି। ଏହାପରେ ଯାନବାହାନ ଚଳାଚଳ ସ୍ଵାଭାବିକ ହୋଇଥିଲା।
ଆହୁରି ପଢ଼ନ୍ତୁ: Farmers: ଧାନ ମଣ୍ଡି ଖୋଲିବାରେ ବିଳମ୍ବ, ଦଲାଲ୍ଙ୍କ ଟାର୍ଗେଟରେ ଚାଷୀ
Follow Us