ଦେବଗଡ଼ ପୌରାଧ୍ୟକ୍ଷl ଶାନ୍ତିମଞ୍ଜରୀ ଦେଇ ବହିଷ୍କୃତ

ଓଡ଼ିଶା ମୁନିସିପାଲ ଆକ୍ଟ -୧୯୫୦,ଧାରା ୫୩ ଅନୁଯାୟୀ, ଦେବଗଡ଼ ନଗରପାଳିକାର ବିଜେଡି ପୌରାଧ୍ୟକ୍ଷl ଶାନ୍ତିମଞ୍ଜରୀ ଦେଇଙ୍କୁ ତାଙ୍କ ପଦବୀରୁ ବହିଷ୍କୃତ କରାଯାଇଛିl ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କ ଆଦେଶକ୍ରମେ ପୌରାଧ୍ୟକ୍ଷlଙ୍କୁ ତତକ୍ଷଣାତ ବହିଷ୍କାର କରାଯାଇଛି।

vbh

ଦେବଗଡ଼: ଓଡ଼ିଶା ମୁନିସିପାଲ ଆକ୍ଟ -୧୯୫୦,ଧାରା ୫୩ ଅନୁଯାୟୀ, ଦେବଗଡ଼ ନଗରପାଳିକାର ବିଜେଡି ପୌରାଧ୍ୟକ୍ଷl ଶାନ୍ତିମଞ୍ଜରୀ ଦେଇଙ୍କୁ ତାଙ୍କ ପଦବୀରୁ ବହିଷ୍କୃତ କରାଯାଇଛିl

ସୂଚନା ଅନୁଯ।ୟୀ, ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗଙ୍କ ଆଦେଶକ୍ରମେ ପୌରାଧ୍ୟକ୍ଷlଙ୍କୁ ତତକ୍ଷଣାତ ବହିଷ୍କାର କରାଯାଇଛି। ଉପରୋକ୍ତ ଧାରା ଅନୁଯାୟୀ ଧାରାବାହିକ ଭାବେ ମୁନିସିପାଲ ଆକ୍ଟଗୁଡିକୁ ଅବମାନନା କରୁଥିବା ଅଭିଯୋଗରେ ଶାନ୍ତିମଞ୍ଜରୀ ଦେଇଙ୍କୁ ସରକାର ଗତ ନଭେମ୍ବର ମାସ ୧୧ତାରିଖ ଦିନ କାରଣ ଦର୍ଶାଇବା ପାଇଁ ନୋଟିସ ଜlରି କରିଥିଲେl ଶାନ୍ତିମଞ୍ଜରୀ ଦେଇ ଏହି ନୋଟିସକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେl କିନ୍ତୁ ହାଇକୋଟ ଗତ ଡିସେମ୍ବର ୧୧ ତାରିଖ ଦିନ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଓ ୭ ଦିନ ମଧ୍ୟରେ ନିଜ ଜବାବ ଦlଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେl ତାହାଅନୁଯାୟୀ, ପୌରାଧ୍ୟକ୍ଷl ଡିସେମ୍ବର ୧୭ ତାରିଖ ଦିନ ତାଙ୍କ ଉତ୍ତର ରଖିଥିଲେ l ଏହାପରେ ମଧ୍ୟ "ନାଚୁରାଲ ଜଷ୍ଟିସ" ଦୃଷ୍ଟିରୁ ଗତ ତା ୨୫ରିଖ ଦିନ  ଗୃହ ଓ ନଗରଉନୟନ ବିଭାଗ ମନ୍ତ୍ରୀଙ୍କ ଅଦାଲତରେ ପୌରାଧ୍ୟକ୍ଷlଙ୍କୁ ଶୁଣାଣି ପାଇଁ ସୁଯୋଗ ଦିଆଯାଇଥିଲାl କିନ୍ତୁ, ପୌରାଧ୍ୟକ୍ଷlଙ୍କ ଉତ୍ତର ସନ୍ତୋଷଜନକ ନହେବାରୁ ତାଙ୍କୁ ତାଙ୍କ ପଦବୀରୁ ଗତ ୨୮ରିଖ ଦିନଠାରୁ ବହିଷ୍କାର କରାଯାଇଛିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe