ଆଶ୍ରୟସ୍ଥଳୀରେ ଖାଦ୍ୟ-ଆଲୁଅ ନଥିଲା; ତୁରନ୍ତ ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

Advertisment

ଆଶ୍ରୟସ୍ଥଳୀରେ ରହୁଥିବା ଶତାଧିକ ବୃଦ୍ଧ, ବୃଦ୍ଧା, ମହିଳା ଓ ପୁରୁଷମାନେ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଘୋର ଅବ୍ୟବସ୍ଥାର ଅଭିଯୋଗ ଉଠାଇଥିଲେ। ସେମାନେ ସକାଳୁ ଆସି ଆଶ୍ରୟସ୍ଥଳୀରେ ରହିଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ ପାନୀୟ ଦିଆଯାଇନାହିଁ।

ଆଶ୍ରୟସ୍ଥଳୀରେ ରହୁଥିବା ଶତାଧିକ ବୃଦ୍ଧ, ବୃଦ୍ଧା, ମହିଳା ଓ ପୁରୁଷମାନେ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଘୋର ଅବ୍ୟବସ୍ଥାର ଅଭିଯୋଗ ଉଠାଇଥିଲେ। ସେମାନେ ସକାଳୁ ଆସି ଆଶ୍ରୟସ୍ଥଳୀରେ ରହିଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ ପାନୀୟ ଦିଆଯାଇନାହିଁ।

kv

ଆଳି: ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା ମୁକାବିଲା ପରିଚାଳନା ତଦାରଖ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ସନ୍ଧ୍ୟାରେ ଆଳି ବ୍ଲକ ବାଳକାଟି ପଞ୍ଚାୟତର ରାଣୀ ପୋଖରୀ ପ୍ରାଥମିକ ବିଦ୍ୟାଳୟ ଆଶ୍ରୟସ୍ଥଳୀରେ ପହଞ୍ଚିଥିଲେ। ଏହି ଆଶ୍ରୟସ୍ଥଳୀରେ ରହୁଥିବା ଶତାଧିକ ବୃଦ୍ଧ, ବୃଦ୍ଧା, ମହିଳା ଓ ପୁରୁଷମାନେ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଘୋର ଅବ୍ୟବସ୍ଥାର ଅଭିଯୋଗ ଉଠାଇଥିଲେ। ସେମାନେ ସକାଳୁ ଆସି ଆଶ୍ରୟସ୍ଥଳୀରେ ରହିଥିଲେ ମଧ୍ୟ ସେମାନଙ୍କୁ ଖାଦ୍ୟ ପାନୀୟ ଦିଆଯାଇନାହିଁ। ରାତି ଅନ୍ଧାରରେ ରହିଥିବା ବେଳେ କୌଣସି ଆଲୋକ ବ୍ୟବସ୍ଥା ହୋଇନାହିଁ ବୋଲି ବିପନ୍ନମାନେ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। 

ରାତି ଅନ୍ଧାରରେ ରହିଥିବା ବେଳେ କୌଣସି ଆଲୋକ ବ୍ୟବସ୍ଥା ହୋଇନାହିଁ ବୋଲି ବିପନ୍ନମାନେ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଶୁଣିବା ପରେ ଓ ସ୍ବଚକ୍ଷୁରେ ଆଶ୍ରୟସ୍ଥଳୀ ସମ୍ପୂର୍ଣ୍ଣ ଅନ୍ଧାରରେ ଥିବା ଦେଖିବା ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଡିଓ ଓ ପଞ୍ଚାୟତ ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରିଥିଲେ।

ଏହି ଅଭିଯୋଗ ଶୁଣିବା ପରେ ଓ ସ୍ବଚକ୍ଷୁରେ ଆଶ୍ରୟସ୍ଥଳୀ ସମ୍ପୂର୍ଣ୍ଣ ଅନ୍ଧାରରେ ଥିବା ଦେଖିବା ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଡିଓ ଓ ପଞ୍ଚାୟତ ଅଧିକାରୀଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ବାଳକାଟି ପଞ୍ଚାୟତର ଅନ୍ୟ ଦୁଇଟି ଆଶ୍ରୟସ୍ଥଳୀରେ ସମସ୍ତ ବ୍ୟବସ୍ଥା କରାଯାଇଥିବା ରାଣୀପୋଖରୀ ଆଶ୍ରୟସ୍ଥଳୀରେ ଖାଦ୍ୟ ଓ ଆଲୋକ ବ୍ୟବସ୍ଥା ହୋଇନାହିଁ ବୋଲି ବିଡିଓ ସ୍ବୀକାର କରିଥିଲେ। ବାତ୍ୟା ଆଶ୍ରୟସ୍ଥଳୀରେ ଏଭଳି ଚରମ ଅବ୍ୟବସ୍ଥାକୁ ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଘୋର ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ବିଡ଼ିଓଙ୍କୁ ତାଗିଦା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe