ଭୁବନେଶ୍ବର: ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାର ନଥିବା ମହିଳା ଆବେଦନକାରୀଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ସନ୍ଧ୍ୟାରେ ବଡ଼ ଅପଡେଟ୍ ଦେଇଛନ୍ତି। ଏନ୍ପିସିଆଇ ତ୍ରୁଟି ଯୋଗୁଁ ଯୋଜନାରେ ସାମିଲ ହୋଇପାରି ନଥିବା ମହିଳାମାନେ ବ୍ୟାଙ୍କକୁ ଯାଇ ସମସ୍ୟା ଦୂର କରନ୍ତୁ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି ଯେ, ଏନ୍ପିସିଆଇଜନିତ ସମସ୍ୟା ପାଇଁ ଏପର୍ଯ୍ୟନ୍ତ ୩,୩୧,୦୦୦ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇପାରି ନାହାନ୍ତି।
ଏହି ଖବର ପଢ଼ନ୍ତୁ: ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ: ହାଇଦ୍ରାବାଦ୍କୁ ସ୍ଥାନାନ୍ତରିତ
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଆସନ୍ତାକାଲି ଓ ପଅରଦିନ (୨୦୨୫ ଜାନୁଆରି ୨୯ ଓ ୩୦)ରେ ଏନ୍ପିସିଆଇଜନିତ ତ୍ରୁଟି ଥିବା ମହିଳମାନେ ବ୍ୟାଙ୍କକୁ ଯାଆନ୍ତୁ। ଏହି ଦୁଇଦିନ ବ୍ୟାଙ୍କର କର୍ମଚାରୀମାନେ ସୁଭଦ୍ରା ପାଇଁ ଯାଇଥିବା ମହିଳାମାନଙ୍କର କାମକୁ ଗୁରୁତ୍ବ ଦେବେ। ଯେଉଁମାନଙ୍କୁ ବ୍ୟାଙ୍କ ସମସ୍ୟା ପାଇଁ କଲ୍ ଆସିଛି ସେମାନେ କେବଳ ଯାଆନ୍ତୁ।
ଏହି ଖବର ପଢ଼ନ୍ତୁ: ଆଦାନୀ ଗ୍ରୁପ ସହିତ ବଡ଼ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି: ଶିଳ୍ପ ସଚିବ
ସୁଭଦ୍ରା ଯୋଜନାରେ ରାଜ୍ୟର ଏକ କୋଟିରୁ ଅଧିକ ମା’ଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏ ପାଞ୍ଚବର୍ଷ ପାଇଁ ପ୍ରଦାନ କରିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଆଜି ସୁଦ୍ଧା ୮୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀ ପ୍ରଥମ କିସ୍ତି ଟଙ୍କା ପାଇ ସାରିଲେଣି। ଅବଶିଷ୍ଟ ଯୋଗ୍ୟ ମହିଳା ହିତାଧିକାରୀ ଆସନ୍ତା କିଛି ଦିନ ମଧ୍ୟରେ ଟଙ୍କା ପାଇଯିବେ। ମାର୍ଚ୍ଚ ୮ ତାରିଖ, ମହିଳା ଦିବସ ଅବସରରେ ମହିଳାମାନଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ଦିଆଯିବ।
-ମୋହନ ଚରଣ ମାଝୀ, ମୁଖ୍ୟମନ୍ତ୍ରୀ
ଏହି ଖବର ପଢ଼ନ୍ତୁ: ‘ଗାଁ ବିକାଶ ପାଇଁ ବର୍ଷକୁ ଖର୍ଚ୍ଚ ହେବ ହଜାରେ କୋଟି’
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ବଡ଼ ଯୋଜନା ‘ସୁଭଦ୍ରା’ ଗତବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହୋଇଥିଲା। ଏହି ଯୋଜନାରେ ସରକାର ହିତାଧିକାରୀମାନଙ୍କୁ ବାର୍ଷିକ ୧୦୦୦୦ ଟଙ୍କା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ରାଶି ୨ଟି କିସ୍ତିରେ ଦେବେ। ପ୍ରଥମ କିସ୍ତିରେ ସରକାର ଏପର୍ଯ୍ୟନ୍ତ ୩ଟି ପର୍ଯ୍ୟାରେ ୮୦,୦୦୦ରୁ ଊର୍ଦ୍ଧ୍ବ ହିତାଧିକାରୀମାନଙ୍କୁ ଟଙ୍କା ଦେଇସାରିଛନ୍ତି। ଆସନ୍ତା ମାର୍ଚ୍ଚ ୮ ତାରିଖରେ ଦ୍ବିତୀୟ କିସ୍ତିର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/28/blZDH5KMOXDe7jt2P4MJ.jpg)