ପାଞ୍ଚଟି ଜିଲ୍ଲାକୁ ୫ଦିନିଆ ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୫ଦିନ ପାଇଁ ୫ଟି ଜିଲ୍ଲାକୁ ଗସ୍ତ କରିବେ। ଏହି ଗସ୍ତକାଳରେ ସେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ରହିବେ। ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଏକାଧିକ ବିକାଶମୂଳକ କାମ ନେଇ ସମୀକ୍ଷା କରିବେ।

New Project (29)

ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ୫ଦିନ ପାଇଁ ୫ଟି ଜିଲ୍ଲାକୁ ଗସ୍ତ କରିବେ। ଏହି ଗସ୍ତକାଳରେ ସେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ ରହିବେ। ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଏକାଧିକ ବିକାଶମୂଳକ କାମ ନେଇ ସମୀକ୍ଷା କରିବେ।

ଏହି ଗସ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କୋଟିଆ ଗସ୍ତ କରି କୋଟିଆ ଅଞ୍ଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସହିତ ସୁଭଦ୍ରା ଯୋଜନାର ସମୀକ୍ଷା କରିବେ।

ଏହା ସହ  ଅଗଷ୍ଟ ୯ ତାରିଖ, ରାକ୍ଷୀ ପୂର୍ଣ୍ଣିମା ଅବସରରେ କୋରାପୁଟରେ ଆୟୋଜିତ ସୁଭଦ୍ରା ତୃତୀୟ କିସ୍ତି ପ୍ରଦାନ ସମାରୋହରେ ଯୋଗ ଦେବେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ୫ଟି ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ, ମିସନ ଶକ୍ତି ଓ ପର୍ଯ୍ୟଟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକର ସମୀକ୍ଷା କରିବା ସହ ଆଗାମୀ କାର୍ଯ୍ୟକ୍ରମ ଓ ପ୍ରକଳ୍ପଗୁଡିକର କାର୍ଯ୍ୟନ୍ୱୟନ ସମୀକ୍ଷା କରିବେ।

 Pravati Parida | Kotia | Subhadra Scheme

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe