ଡାଇରିଆ ରୋଗୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ, ସିଡିଏମ୍‌ଓଙ୍କ ସହ କଲେ ଆଲୋଚନା

Advertisment

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଅପରାହ୍‌ଣରେ ଡାଇରିଆରେ ପୀଡିତ ରୋଗୀମାନଙ୍କୁ ଭଦ୍ର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭେଟିଛନ୍ତି। ରୋଗୀମାନଙ୍କର ସ୍ଵାସ୍ଥ୍ୟ କିଭଳି ଅଛି। ରୋଗୀଙ୍କୁ ଚିକିତ୍ସା ଠିକ ଭାବରେ କରାଯାଉଛି କି ନାହିଁ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଅପରାହ୍‌ଣରେ ଡାଇରିଆରେ ପୀଡିତ ରୋଗୀମାନଙ୍କୁ ଭଦ୍ର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭେଟିଛନ୍ତି। ରୋଗୀମାନଙ୍କର ସ୍ଵାସ୍ଥ୍ୟ କିଭଳି ଅଛି। ରୋଗୀଙ୍କୁ ଚିକିତ୍ସା ଠିକ ଭାବରେ କରାଯାଉଛି କି ନାହିଁ।

Deputy CM Prabhati Parida

Deputy CM Prabhati Parida Photograph: (sambad.in)

ଭଦ୍ରକ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଅପରାହ୍‌ଣରେ ଡାଇରିଆରେ ପୀଡିତ ରୋଗୀମାନଙ୍କୁ ଭଦ୍ର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭେଟିଛନ୍ତି। ରୋଗୀମାନଙ୍କର ସ୍ଵାସ୍ଥ୍ୟ କିଭଳି ଅଛି। ରୋଗୀଙ୍କୁ ଚିକିତ୍ସା ଠିକ ଭାବରେ କରାଯାଉଛି କି ନାହିଁ। ସେ ବିଷୟରେ ଉପମୁଖ୍ୟମନ୍ତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଡା ସୁଧୀର ରଞ୍ଜନ ଦାସଙ୍କ ସହ ଆଲୋଚନା କରିଛନ୍ତି।

ଭଦ୍ରକର ନେହେରୁ ଷ୍ଟାଡିୟମ୍‌ରେ ବିକାଶ ମେଳାର ଆୟୋଜନ ହୋଇଛି। ଏହି ସଭାରେ ଯୋଗଦେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭଦ୍ରକ ଗସ୍ତ କରିଥିଲେ। ଏହି ସମାରୋହରେ ଯୋଗଦେଲା ପରେ ସେଠାରୁ ଆସି ଭଦ୍ରକ ସହରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇରିଆ ରୋଗୀଙ୍କୁ ଭେଟିବା ପାଇଁ ଯାଇଥିଲେ।

ଶ୍ରୀମତୀ ପରିଡ଼ାଙ୍କ ସହ ଏହି ଅବସରରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ  ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଭଦ୍ରକ ଏସପି ମନୋଜ ରାଉତ, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା ପ୍ରମୁଖ  ଯୋଗଦେଇଥିଲେ। 

ସୂଚନାଯୋଗ୍ୟ, ଭଦ୍ରକର ନେହେରୁ ଷ୍ଟାଡିୟମ୍ ଠାରେ ଭଦ୍ରକର ଜିଲ୍ଲାସ୍ତରୀୟ ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳାର ମୁଖ୍ୟ ଅତିଥି ଭାବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଦେଇଥିଲେ। ଏହି ଅବସରରେ ସେ ନିଜ ବକ୍ତବ୍ୟରେ କହିଲେ,  ଆପଣଙ୍କ ଭଳି ୭୦ ଲକ୍ଷ  ମହିଳା ଓ ମା ମାନେ ଭୋଟ ଦେଇନଥିଲେ ମୁଁ କଣ ଉପମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତି। ଆପଣଙ୍କ ପାଇଁ ଆଜି ମୁଁ ଏଇ ମଞ୍ଚରେ ଠିଆ ହୋଇ ପାରିଛି। ମା’ ମାନଙ୍କର ଶକ୍ତି ଅପାର। ମାତୃଶକ୍ତି ସବୁ ଠାରୁ ଶକ୍ତିଶାଳୀ। ମା’ମାନେ କହିଲେ ଦେଶ ଜାଗିବ। ଆମ ସରକାର ତାର ସମସ୍ୟାର ସମାଧାନ କରିଛି। ଗାଁ ରେ ଆଜି ଲାକ୍ଷପତି  ଦିଦି ସୃଷ୍ଠି ହୋଇଛନ୍ତି। ମୋଦୀ ଓ ମୋହନ ସରକାର ମା ମାନଙ୍କର ସରକାର। ବିକାଶକୁ ଆପଣମାନେ ନିଜର ସାଥି ବୋଲି ଭାବୁଛନ୍ତି। ଆପଣଙ୍କୁ କେହି ରୋକି ପାରିବେ ନାହିଁ।  ଏବେ ମହିଳାମାନେ ଯାହା ଚାହିଁବେ ତାହା ଆପଣମାନେ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପ୍ରକାଶ କରିଥିଲେ। ଲକ୍ଷ ପତି ମହିଳା ସଂଖ୍ୟା ଆଗକୁ ଆହୁରି ବୃଦ୍ଧି କରାଯିବ। ବିକଶିତ ଗାଁ , ବିକଶିତ ଓଡ଼ିଶା ଯୋଜନାରେ ପ୍ରତି ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯିବ। ମହିଳାଙ୍କ ଦ୍ଵାରା ପ୍ରସ୍ତୁତ ଖାଦ୍ୟ ବିଦେଶରେ କିକ୍ତି ହେବ ବୋଲି କହିଥିଲେ।  

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe