ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ: ମନ୍ତ୍ରୀ

Advertisment

ମହାପ୍ରଭୁଙ୍କ ମହାପ୍ରସାଦ ଭକ୍ତମାନଙ୍କୁ ମାଗଣାରେ ମିଳିବ। ଏଥି ପାଇଁ ପ୍ରକ୍ରିୟା ଚାଲିଛି। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିରରୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ରୁ ୧୫କୋଟି ଟଙ୍କା ଖର୍ଚ୍ଚ ହେବ।

ମହାପ୍ରଭୁଙ୍କ ମହାପ୍ରସାଦ ଭକ୍ତମାନଙ୍କୁ ମାଗଣାରେ ମିଳିବ। ଏଥି ପାଇଁ ପ୍ରକ୍ରିୟା ଚାଲିଛି। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିରରୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ରୁ ୧୫କୋଟି ଟଙ୍କା ଖର୍ଚ୍ଚ ହେବ।

Puri

ଭୁବନେଶ୍ବର: ମହାପ୍ରଭୁଙ୍କ ମହାପ୍ରସାଦ ଭକ୍ତମାନଙ୍କୁ ମାଗଣାରେ ମିଳିବ। ଏଥି ପାଇଁ ପ୍ରକ୍ରିୟା ଚାଲିଛି। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିରରୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ବର୍ଷକୁ ୧୪ରୁ ୧୫କୋଟି ଟଙ୍କା ଖର୍ଚ୍ଚ ହେବ। ଆମେ ଭକ୍ତ ସମାଜ ଭିତରେ ସମସ୍ତଙ୍କୁ ଅନୁରୋଧ କରିଛୁ। ଏହାରି ଭିତରେ ଅନେକ ଭକ୍ତ ଆସି ସହଯୋଗର ହାତ ବି ବଢ଼ାଇଛନ୍ତି। ସରକାରଙ୍କ ଉପରେ ଚାପ ନ ପକାଇ ଯେଉଁ ବଦାନ୍ୟ ଭକ୍ତମାନେ ଅଛନ୍ତି ସେମାନଙ୍କ ସହଯୋଗରେ ହେବ। ସେମାନେ ମଧ୍ୟ ପୁଣ୍ୟ ଅର୍ଜନ କରିବେ।

ଭକ୍ତମାନେ ଦର୍ଶନ ସାରି ଘରକୁ ଫେରିବା ସମୟରେ, ପରିବାର ଓ ପଡ଼ୋଶୀ ମହାପ୍ରସାଦ ଲାଗି ଅପେକ୍ଷା କରି ରହିଥାନ୍ତି। ଭକ୍ତ ଜଣଙ୍କ ମହାପ୍ରସାଦ ଟିକେ ତାଙ୍କ ହାତରେ ଦେଇପାରିବ। ଏହାକୁ ଆଖି ଆଗରେ ରଖି ଏହି ଯୋଜନା ଆରମ୍ଭ କରୁଛୁ।

-ପୃଥ୍ବୀରାଜ ହରିଚନ୍ଦନ, ଆଇନ୍‌ମନ୍ତ୍ରୀ

ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଏହାର ଡିଜାଇନ ଆରମ୍ଭ ହୋଇଛି। ଭକ୍ତ ସାତ ପାହାଚଠୁ ସିଧା ଯାଇ ଘଣ୍ଟି ଦ୍ୱାର ପଟେ ବାହାରିବେ। ସେଭଳି ଏକ ବ୍ୟବସ୍ଥା କରାଯାଉଛି। ଏହି ବ୍ୟବସ୍ଥା ହୋଇସାରିବା ପରେ ଭକ୍ତମାନଙ୍କ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ ଏବଂ ସମସ୍ତେ ଭଲ ଭାବରେ ପ୍ରଭୁଙ୍କ ଦର୍ଶନ ସାରି ମନ୍ଦିରରୁ ବାହାରିବେ। ଏହାକୁ ଆଖି ଆଗରେ ରଖି ଯୋଜନା ଆରମ୍ଭ କରୁଛୁ। 

ସେହିପରି ହବିଷ୍ୟାଳି ମା’ମାନଙ୍କ ପାଇଁ ମହାପ୍ରଭୁଙ୍କ କୌଣସି ଅସୁବିଧା ହେବ ନାହିଁ। ସେ ନେଇ ବ୍ୟବସ୍ଥା କରାଯାଇଛି। ତର୍ଜମା ଏବଂ ସମୀକ୍ଷା କରାଯାଇଛି। ମୁଖ୍ୟ ପ୍ରଶାସକ, ଜିଲ୍ଲପାଳଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ ଏ ନେଇ ଧ୍ୟାନ ଦେଉଛନ୍ତି। କାର୍ତ୍ତିକ ମାସ ପରେ, ଶୃଙ୍ଖଳିତ ଦର୍ଶନ ପ୍ରକ୍ରିୟା ଆମେ ଆରମ୍ଭ କରିବୁ। ହବିଷ୍ୟାଳିଙ୍କ ଦର୍ଶନ ସାରି ଘରକୁ ଫେରିବେ ତାହାର ଦାଇତ୍ୱ ସରକାର ନେବେ। କୌଣସି ସମସ୍ୟା ହେଲେ ତାର ସମାଧାନ ହେବ ଏନେଇ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe