କାର୍ତ୍ତିକ ବ୍ରତ ପାଇଁ ଶ୍ରୀମନ୍ଦିରରେ ପ୍ରସ୍ତୁତି: ଏହି ଦ୍ବାର ଦେଇ ପ୍ରବେଶ କରିବେ ଭକ୍ତ

Advertisment

କାର୍ତ୍ତିକ ମାସ ନୀତି ଚୂଡାନ୍ତ ଚୂଡ଼ାନ୍ତ ହୋଇଥିବା ବେଳେ ହବିଷ୍ୟାଳୀଙ୍କ ଦର୍ଶନ ଉପରେ ଦିଆ ଯାଇଛି। ସେହିପରି ସାଧାରଣ ଦର୍ଶନରେ ଯେପରି ଆଦୌ ବିଶୃଙ୍ଖଳା ନହୁଏ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି। ପୁରୀରେ ହବିଷ୍ୟାଳୀମାନଙ୍କର ଭିଡ଼ ପରିଳକ୍ଷିତ ହୋଇଛି।

Updated On

କାର୍ତ୍ତିକ ମାସ ନୀତି ଚୂଡାନ୍ତ ଚୂଡ଼ାନ୍ତ ହୋଇଥିବା ବେଳେ ହବିଷ୍ୟାଳୀଙ୍କ ଦର୍ଶନ ଉପରେ ଦିଆ ଯାଇଛି। ସେହିପରି ସାଧାରଣ ଦର୍ଶନରେ ଯେପରି ଆଦୌ ବିଶୃଙ୍ଖଳା ନହୁଏ, ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି। ପୁରୀରେ ହବିଷ୍ୟାଳୀମାନଙ୍କର ଭିଡ଼ ପରିଳକ୍ଷିତ ହୋଇଛି।

ଅଦ୍ୟତନ ହୋଇଛି
Puri Jagannath Temple

ପୁରୀ: ଦିନକ ପରେ ଧର୍ମ ମାସ ‘କାର୍ତ୍ତିକ’ ଆରମ୍ଭ ହୋଇଯିବ। ଶ୍ରଦ୍ଧାଳୁମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ। ଜୀବନକୁ ଭକ୍ତିମାର୍ଗରେ ନିୟୋଜିତ କରିବେ। ନାମ-ସଂକୀର୍ତ୍ତନରେ ଅଧିକ ସମୟ ବିତାଇବେ। ଗୋଟିଏ ଓଳି ଖାଇ ମହାପ୍ରଭୁଙ୍କ ନିକଟରେ ଲୟ ରଖିବେ। କାର୍ତ୍ତିକ ବ୍ରତ ପାଇଁ ଧର୍ମାନୁଷ୍ଠାନ ଗୁଡ଼ିକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହାରି ମଧ୍ୟରେ ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା ଲାଗୁ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା ୧୮ ତାରିଖ ଠାରୁ କେବଳ ୨ଟି ଦ୍ବାର ଦେଇ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ସିଂହଦ୍ବାର ଓ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ ଶ୍ରଦ୍ଧାଳୁମାନଙ୍କୁ ଅନୁମତି ମିଳିବ। ଶ୍ରଦ୍ଧାଳୁମାନେ ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିପାରିବେ ବୋଲି କୁହାଯାଉଛି। 

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଏକ ପବିତ୍ର ମାସ ଭାବେ ଗଣାଯାଏ। କାର୍ତ୍ତିକ ମାସରେ ମହିଳାମାନେ ହବିଷ ବ୍ରତ ପାଳନ କରିଥାନ୍ତି। ପ୍ରାୟତଃ ପୁରୀ ଯାଇ ସେଠାରେ ଦୀର୍ଘ ଏକ ମାସ ରହି ଏହି ବ୍ରତ ପାଳନ କରିଥାନ୍ତି। ପ୍ରତ୍ୟେକ ଦିନ ବଡ଼ିଭୋରୁ ଉଠି ନିତ୍ୟକର୍ମ ସାରି ସମସ୍ତ ମନ୍ଦିର ବୁଲି ଦିଅଁ ଦର୍ଶନ କରିବା ସହ ସକାଳ ଆଳତି ଦର୍ଶନ କରିଥାନ୍ତି।  

ଏହି ଖବର ପଢ଼ନ୍ତୁ: ଶ୍ରୀମନ୍ଦିରରେ ଓମ୍‌ଫେଡ୍‌ ଘିଅ ବ୍ୟବହାର ନେଇ ନିଷ୍ପତ୍ତି

ନାରଦୀୟ ପୁରାଣ ଅନୁସାରେ ମାସ ମଧ୍ୟରେ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ। ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ସହର ପର୍ଯ୍ୟନ୍ତ ଜନଗଣ ଏ ମାସଟିକୁ ନିଷ୍ଠାର ସହିତ ପାଳନ କରଥାନ୍ତି। ମାସସାରା ପାଳି ନ ପାରିଲେ ପଞ୍ଚୁକ ପାଞ୍ଚଦିନ ପାଳନ କରନ୍ତି। ଏହି ସମୟରେ ଦୀପାବଳି, ବୋଇତ ବନ୍ଦାଣ, ରାଧାଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି। ଏହି ମାସରେ ଅନେକ ଓଡ଼ିଆ ହିନ୍ଦୁମାନେ ଆମିଷ ଖାଆନ୍ତି ନାହିଁ। କିଛି ଶ୍ରଦ୍ଧାଳୁ ଅରୁଆ ଅନ୍ନ ଖାଆନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe