Devottes Crowd Panchuka: କାଲିଠାରୁ ପଞ୍ଚୁକ ଆରମ୍ଭ, ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। କଟକର ଧବଳେଶ୍ବର ଶୈବପୀଠ ଓ ଭଦ୍ରକ ଜିଲ୍ଲା ଆରଡ଼ିର ଆଖଣ୍ଡଳମଣି ମନ୍ଦିର ଓ ଶ୍ରୀମନ୍ଦିରରେ DEVOTEESଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।

aradi

crowd at aradi temple Photograph: (sambad.in)

ଭୁବନେଶ୍ବର: କାର୍ତ୍ତିକ ମାସ ପାଇଁ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ବିଶେଷ କରି କଟକର ଧବଳେଶ୍ବର ଶୈବପୀଠ ଓ ଭଦ୍ରକ ଜିଲ୍ଲା ଆରଡ଼ିର ଆଖଣ୍ଡଳମଣି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ଏହାଛଡ଼ା ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ବି ଦେଖିବାକୁ ମିଳିଛି। ଭିଡ଼ ଯୋଗୁଁ ପଞ୍ଚୁକ ଆରମ୍ଭରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଭିତର କାଠ ଦର୍ଶନକୁ ବନ୍ଦ କରାଯାଇଛି । ବାହାରକାଠ ନିକଟରୁ ଜଗା ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ନିକଟରେ ଧଡା ପକାଯାଇ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଛଡ଼ା ଯାଉଛି । ବ୍ୟାରିକେଡକୁ ମରିଚିକୋଟ ଛକ ଯାଏଁ ବଢାଇ ଦିଆଯାଇଛି। ହେଲେ ଭକ୍ତଙ୍କ ଏହି ଗହଳି ଭିତରେ ସବୁଠୁ ଅଧିକ ଅସୁବିଧା ଭୋଗୁଛନ୍ତି ବୟସ୍କ ଓ କୁନି କୁନି ଶ୍ରଦ୍ଧାଳୁ। 

 ଶ୍ରୀକ୍ଷେତ୍ର ଲୋକାରଣ୍ୟ

 ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇପଡିଛି। ଏନେଇ ପଞ୍ଚୁକ ଦର୍ଶନ ବ୍ୟବସ୍ଥା ସୁଗମ କରାଯାଇଛି। ମରିଚିକୋଟ ପର୍ଯ୍ୟନ୍ତ ଅସ୍ଥାୟୀ ବାଉଁଶ ବ୍ୟାରିକେଡ୍‌ ନର୍ମାଣ ଆରମ୍ଭ ହୋଇଛି। ବହୁ ଭକ୍ତଙ୍କ ଆଗମନ ସମ୍ଭାବନା ରହିଛି। ତେଣୁ ବଡ଼ଦାଣ୍ଡରେ ଲମ୍ବା ଧାଡ଼ିକୁ ଦୃଷ୍ଟିରେ ରଖି ମରିଚିକୋଟ ପର୍ଯ୍ୟନ୍ତ ସେଡ୍‌ ବ୍ୟାରିକେଡ୍‌ କରିବା ନେଇ ବ୍ୟବସ୍ଥା ହେଉଛି। 

ଆହୁରି ପଢ଼ନ୍ତୁ: Fir Bjd Pranab Prakash Das: ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଆଁରେ କୋମନା ଥାନାରେ ଲିଖତ ଅଭିଯୋଗ, ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ

ଆହୁରି ପଢ଼ନ୍ତୁ: Odisha High court RI Promotion: ରାଜସ୍ବ ନିରୀକ୍ଷକ ପଦୋନ୍ନତି ନିର୍ଦ୍ଦେଶ ଓଡ଼ିଶା ହାଇକୋର୍ଟରେ ରଦ୍ଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe