ନିଖୋଜ ପିହୁ ଘଟଣାର ତଦନ୍ତ ଦାବି: ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମା

Advertisment

ଆଜି ପିହୁର ମା ମୋନାଲିସା ନାୟକ ଜ଼ିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିବା ବେଳେ କୁନିଝିଅ ପିହୁ ଅପହରଣ ଘଟଣାରେ ନ୍ୟାୟ ଦାବିରେ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। 

ଆଜି ପିହୁର ମା ମୋନାଲିସା ନାୟକ ଜ଼ିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିବା ବେଳେ କୁନିଝିଅ ପିହୁ ଅପହରଣ ଘଟଣାରେ ନ୍ୟାୟ ଦାବିରେ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। 

New Project

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର କୁନିଝିଅ ପିହୁ ଅପହରଣ ଘଟଣାକୁ ୫ ବର୍ଷ ପୁରିଲା। ଆଜି ପର୍ଯ୍ୟନ୍ତ ବିଂଝାରପୁର ଥାନା କିମ୍ବା ଯାଜପୁର ଜିଲ୍ଲା ପ୍ରଶାସନ ପିହୁର ଅସ୍ତିତ୍ବ ଖୋଜି ପାରିଲାନାହିଁ | ପିହୁର ପରିବାରକୁ ସରକାର ନ୍ୟାୟ ଦେଇ ପାରିଲେ ନାହିଁ | ଏଥିଲାଗି ଆଜି ପିହୁର ମା ମୋନାଲିସା ନାୟକ ଜ଼ିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିବା ବେଳେ କୁନିଝିଅ ପିହୁ ଅପହରଣ ଘଟଣାରେ ନ୍ୟାୟ ଦାବିରେ ଜିଲ୍ଲାପାଳ ଯାଜପୁରଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। 

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୂଦନପୁର ଗ୍ରାମର ମୋନାଲିସା ନାୟକଙ୍କ ଦୁଇବର୍ଷର ଝିଅ ପିହୁ ଗାଁ ଦାଣ୍ଡରେ ଖେଳୁଥିବାବେଳେ ୨୦୨୦ ଅଗଷ୍ଟ ମାସ ୯ ତାରିଖରେ ନିଖୋଜ ହୋଇଯାଇଥିଲା। ଏ ସଂକ୍ରାନ୍ତରେ ମୋନାଲିସା ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏସ୍‌ପି, ଜିଲ୍ଲାପାଳ, ପୁଲିସ ମହାନିର୍ଦେଶକ, କ୍ରାଇମବ୍ରାଞ୍ଚ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେଲାପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ବିଗତ ସରକାରରେ କ୍ରାଇମବ୍ରାଞ୍ଚ ଦ୍ୱାରା ଘଟଣାର ତଦନ୍ତ କରାଯିବାର ପ୍ରତିଶ୍ରୁତି ବି ପୂରଣ ହୋଇନଥିଲା। ପିହୁ ନିଖୋଜ ଘଟଣାକୁ ନେଇ ମା’ ମୋନାଲିସା ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଇଚ୍ଛାମୃତ୍ୟୁ ନିମନ୍ତେ ଆବେଦନ କରିଥିଲେ। ଏତେ ପରେ ବି ପିହୁକୁ ଖୋଜିବାରେ ତତ୍ପରତା ଦେଖିବାକୁ ମିଳିନଥିଲା।

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୂଦନପୁର ଗ୍ରାମର ମୋନାଲିସା ନାୟକଙ୍କ ଦୁଇବର୍ଷର ଝିଅ ପିହୁ ଗାଁ ଦାଣ୍ଡରେ ଖେଳୁଥିବାବେଳେ ୨୦୨୦ ଅଗଷ୍ଟ ମାସ ୯ ତାରିଖରେ ନିଖୋଜ ହୋଇଯାଇଥିଲା। ଏ ସଂକ୍ରାନ୍ତରେ ମୋନାଲିସା ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏସ୍‌ପି, ଜିଲ୍ଲାପାଳ, ପୁଲିସ ମହାନିର୍ଦେଶକ, କ୍ରାଇମବ୍ରାଞ୍ଚ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେଲାପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ବିଗତ ସରକାରରେ କ୍ରାଇମବ୍ରାଞ୍ଚ ଦ୍ୱାରା ଘଟଣାର ତଦନ୍ତ କରାଯିବାର ପ୍ରତିଶ୍ରୁତି ବି ପୂରଣ ହୋଇନଥିଲା। ପିହୁ ନିଖୋଜ ଘଟଣାକୁ ନେଇ ମା’ ମୋନାଲିସା ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଇଚ୍ଛାମୃତ୍ୟୁ ନିମନ୍ତେ ଆବେଦନ କରିଥିଲେ। ଏତେ ପରେ ବି ପିହୁକୁ ଖୋଜିବାରେ ତତ୍ପରତା ଦେଖିବାକୁ ମିଳିନଥିଲା।

ଅନ୍ୟପଟେ ୨୦୨୪ରେ ସମ୍ବଲପୁର ଗସ୍ତରେ ଆସିଥିବା ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଯାଉଥିବା ବେଳେ ମୋନାଲିସାଙ୍କୁ ପୁଲିସ ବାଟରେ ଅଟକାଇ ଦେଇଥିଲା। ତତକାଳୀନ ରାଜ୍ୟପାଳ ରଘୁବର ଦାସଙ୍କୁ ଚିଠି ଜରିଆରେ ସହଯୋଗ ପାଇଁ ସେ ନିବେଦନ କରିଥିଲେ। ଜିଲ୍ଲା ପ୍ରଶାସନ ଜରିଆରେ ସେ ନିଜର ପତ୍ରକୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe