ଧର୍ମଗଡ଼ରୋଡ଼ ଷ୍ଟେସନ ପାଇଁ ଖୁବ୍ ଶୀଘ୍ର ଆରମ୍ଭ ହେବ ସର୍ଭେ କାମ: ରେଳବାଇ

Advertisment

ଜୁନାଗଡ଼ ରୋଡ-ନବରଙ୍ଗପୁର ରେଳପଥ ପ୍ରକଳ୍ପରେ ଧର୍ମଗଡ଼ରୋଡ଼ ଷ୍ଟେସନ ସହରଠାରୁ ଅଳ୍ପ ଦୂରରେ ପ୍ରତିଷ୍ଠା କରିବା ପାଇଁ ସ୍ଥାନୀୟ ବିଧାୟକ ସୁଧୀର ପାଟଯୋଶୀ ନିକଟରେ ପୁରୀ ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଜୁନାଗଡ଼ ରୋଡ-ନବରଙ୍ଗପୁର ରେଳପଥ ପ୍ରକଳ୍ପରେ ଧର୍ମଗଡ଼ରୋଡ଼ ଷ୍ଟେସନ ସହରଠାରୁ ଅଳ୍ପ ଦୂରରେ ପ୍ରତିଷ୍ଠା କରିବା ପାଇଁ ସ୍ଥାନୀୟ ବିଧାୟକ ସୁଧୀର ପାଟଯୋଶୀ ନିକଟରେ ପୁରୀ ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରୋଡ-ନବରଙ୍ଗପୁର ରେଳପଥ ପ୍ରକଳ୍ପରେ ଧର୍ମଗଡ଼ରୋଡ଼ ଷ୍ଟେସନ ସହରଠାରୁ ଅଳ୍ପ ଦୂରରେ ପ୍ରତିଷ୍ଠା କରିବା ପାଇଁ ସ୍ଥାନୀୟ ବିଧାୟକ ସୁଧୀର ପାଟଯୋଶୀ ନିକଟରେ ପୁରୀ ଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ିବା ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଟବଙ୍କ ସହ କରିଥିବା ଆଲୋଚନା ଫଳବତୀ ହୋଇଛି। 

ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀଙ୍କ ବୈଷୟିକ ମାର୍ଗଦର୍ଶନରେ ବିଧାୟକ ଶ୍ରୀ ପାଟଯୋଶୀ ନିକଟରେ ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ଠାରେ ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ମୁଖ୍ୟ ପ୍ରଶାସନିକ ଅଧକାରୀ ଶ୍ରୀନିବାସ ରାଓଙ୍କୁ ଭେଟି ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। 

ପ୍ରସ୍ତାବିତ ଧର୍ମଗଡ଼ ରେଳଷ୍ଟେସନ୍ ସହରଠାରୁ ପାଞ୍ଚ କିଲୋମିଟର ଦୂରରେ ହେବ। ଏଥି ପାଇଁ ପ୍ରକିୟା ଆରମ୍ଭ ହୋଇଯାଇଛି। ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଆଜି ଧର୍ମଗଡ଼ ରେଳଷ୍ଟେସନ ପାଇଁ ପ୍ରସ୍ତାବିତ ସ୍ଥାନର ମ୍ୟାପ୍‌ ଦେଖାଇଛନ୍ତି।

ବିଧାୟକଙ୍କ ତ୍ୱରିତ ଉଦ୍ୟମ ଫଳରେ ଏହି ପ୍ରକଳ୍ପ ଦାୟିତ୍ୱରେ ଡେପୁଟି ଚିଫ୍ ଇଂଜିନିୟର ମିନେକେଶ୍ୱର୍ ରାଓ ଆଜି ଧର୍ମଗଡ଼ରେ ପହଞ୍ଚି ବିଧାୟକଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀ, ଓକିଲ ସଂଘର କର୍ମକର୍ତ୍ତା, ବିଜେପି ଜିଲ୍ଲା ସଭପତି ଯୁଗଳ କିଶୋର ପୋଢ଼, ପୂର୍ବତନ ସଭାପତି ଧନୁଞ୍ଜୟ ପାତ୍ର, ଦେବେନ୍ଦ୍ର ମହାନ୍ତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତିରେ ପ୍ରସ୍ତାବିତ ଧର୍ମଗଡ଼ ରେଳ ଷ୍ଟେସନ୍ ସହରରୁ ପାଞ୍ଚ କିଲୋମିଟର ଦୂରରେ ହେଉଥିବା ମ୍ୟାପ ଦେଖାଇଥିଲେ। ବିଧାୟକ ଶ୍ରୀ ପାଟଯୋଶୀଙ୍କୁ ପ୍ରସ୍ତାବିତ ଧର୍ମଗଡ଼ରୋଡ଼ ଷ୍ଟେସନ୍ ଅଞ୍ଚଳକୁ ନେ଼ଇ ବୁଲି ଦେଖାଇଥିଲେ। ଖୁବ୍ ଶୀଘ୍ର ଏହି ଅଞ୍ଚଳରେ ସର୍ଭେ କାର୍ଯ୍ୟ ଆରମ୍ଭ ହେବ ବୋଲି ରେଳବାଇ ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀ ରାଓ ପ୍ରକାଶ କରିଥିଲେ।

କ୍ଷେତ୍ର ପରିଦର୍ଶନ ସମୟରେ ଧର୍ମଗଡ଼ ରେଳଯାତ୍ରୀ ସଂଘ ସଭାପତି ହୃଷୀକେଶ ମିଶ୍ର, ସାଧାରଣ ସମ୍ପାଦକ ଇଙ୍ଗିତ ପଣ୍ଡା, ଜଗନ୍ନାଥ ସେବା ସମିତି ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ, ବିଜେପି ଯୁବନେତା ହିମାଂଶୁ ପଣ୍ଡାଙ୍କ ସମେତ ଅନେକ କର୍ମକର୍ତା ଉପସ୍ଥିତ ଥିଲେ।
ବିଧାୟକଙ୍କ ଉଦ୍ୟମରେ ଧର୍ମଗଡ଼ ରୋଡ଼ ଷ୍ଟେସନ୍ ସହରର ଅତି ନିକଟରେ ହେଉଥିବାରୁ ସମାଜର ସବୁ ବର୍ଗର ଲୋକଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Kalahandi | Indian Railways | East Coast Railways 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe