ନାଳ ପାରି ହୋଇ ଦୁର୍ଗମ ଅଞ୍ଚଳକୁ ଚାଲିଚାଲି ପହଞ୍ଚିଲେ ଜିଲ୍ଲାପାଳ

Advertisment

ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ କଙ୍କଡାହାଡ଼ ବ୍ଲକ ଅପହଞ୍ଚ ଦୁର୍ଗମ ଅଞ୍ଚଳକୁ ନାଳ ପାରି ହୋଇ ଚାଲିଚାଲି ପହଞ୍ଚିଛ୍ତି। ଜିଲ୍ଲାପାଳ କଙ୍କଡାହାଡ଼ ବ୍ଲକ ଅପହଞ୍ଚ ଦୁର୍ଗମ ଇଲାକା ଏକୁଲ ସେକୁଲ ପୁଟିପାଳ ଗାଁରେ ନାଳ ପାରି ହୋଇ ଚାଲିଚାଲି ଗାଁକୁ ଗଲେ ଢେଙ୍କାନାଳ ଜିଲାପାଳ।

ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ କଙ୍କଡାହାଡ଼ ବ୍ଲକ ଅପହଞ୍ଚ ଦୁର୍ଗମ ଅଞ୍ଚଳକୁ ନାଳ ପାରି ହୋଇ ଚାଲିଚାଲି ପହଞ୍ଚିଛ୍ତି। ଜିଲ୍ଲାପାଳ କଙ୍କଡାହାଡ଼ ବ୍ଲକ ଅପହଞ୍ଚ ଦୁର୍ଗମ ଇଲାକା ଏକୁଲ ସେକୁଲ ପୁଟିପାଳ ଗାଁରେ ନାଳ ପାରି ହୋଇ ଚାଲିଚାଲି ଗାଁକୁ ଗଲେ ଢେଙ୍କାନାଳ ଜିଲାପାଳ।

dkl

କଙ୍କଡ଼ାହାଡ଼: ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ କଙ୍କଡ଼ାହାଡ଼ ବ୍ଲକର ଅପହଞ୍ଚ ଦୁର୍ଗମ ଅଞ୍ଚଳକୁ ନାଳ ପାରି ହୋଇ ଚାଲିଚାଲି ପହଞ୍ଚିଛନ୍ତି। ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ କଙ୍କଡାହାଡ଼ ବ୍ଲକର ଅପହଞ୍ଚ ଦୁର୍ଗମ ଇଲାକାର ଏକୁଳ, ସେକୁଳ ଓ ପୁଟିପାଳକୁ ପହଞ୍ଚିଛନ୍ତି। ଏଥି ପାଇଁ ତାଙ୍କୁ ନାଳ ପାରି ହୋଇ ଚାଲିଚାଲି ଯିବାକୁ ପଡ଼ିଛି। 

ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଅଚାନକ କଙ୍କଡ଼ାହାଡ଼ ବ୍ଲକ ସଦର ମହକୁମାରେ ମଙ୍ଗଳବାର ପହଂଚିବା ପରେ ସେଠାରୁ ସେ ଚାଲିଲେ କାନ୍ତୁଲ ପଂଚାୟତର ଏକୁଲ ସେକୁଲ ଓ ପୁଟିପାଳକୁ ପହଞ୍ଚିଥିଲେ। ଏକୁଳ ଓ ସେକୁଳ ଗାଁକୁ ଅଣ୍ଟାଏ ଉଚ୍ଚର ପାଣି ବହୁଥିବା ନାଳ ପାରି ହୋଇ ଚାଲିଚାଲି ଗାଁକୁ ଯାଇ ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିବା ସହିତ ସମାଧାନ କରିବାକୁ କହିଲେ।

ସେହିଭଳି ଅନ୍ୟ ଏକ ଗାଁ ପୁଟିପାଳ ଗାଁରେ ନାଳ ପାରି ହୋଇ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପହଞ୍ଚି ଥିଲେ। ଜିଲାପାଳ ନାଳ ପାରି ହେବା ସହିତ ଚାଲିଚାଲି ଗାଁରେ ପହଞ୍ଚି ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ। ଏହା ସହିତ ସାଙ୍ଗରେ ମେଡ଼ିକାଲ ଟିମ୍‌ ମଧ୍ୟ ଯାଇଥିଲେ ଓ ଲୋକଙ୍କ ଚିକିତ୍ସା କରାଇଥିଲେ। ବିଡ଼ିଓ ଯଶୋବନ୍ତ ଦେହୁରୀ, ତହସିଲଦାର ସୌଦାମିନୀ ନାୟକଙ୍କ ସମେତ ବ୍ଲକର ଅଧିକାରୀ ଓ କର୍ମଚାରୀ ମଧ୍ୟ ଯାଇଥିଲେ ଜିଲ୍ଲାପାଳଙ୍କୁ ପାଇଁ ଲୋକମାନେ ବେଶ ଖୁସି ହୋଇଥିଲେ। 

Dhenkanal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe