୧୦ ଲକ୍ଷ ଲାଞ୍ଚ ନେବା ମାମଲା: ଜେଲ୍‌ରୁ ମୁକୁଳିଲେ ପୂର୍ବତନ ଉପଜିଲ୍ଲାପାଳ

Advertisment

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଆଇଏଏସ୍‌ ଅଧିକାରୀ ଧୀମାନ ଚକମା ଗୁରୁବାର ସନ୍ଧ୍ୟାରେ ଜାମିନ ପାଇ ଭବାନୀପାଟଣା ଜେଲ୍‌ରୁ ବାହାରିଛନ୍ତି। ଗତ ଜୁଲାଇ ୨୪ରେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଆଇଏଏସ୍‌ ଅଧିକାରୀ ଧୀମାନ ଚକମା ଗୁରୁବାର ସନ୍ଧ୍ୟାରେ ଜାମିନ ପାଇ ଭବାନୀପାଟଣା ଜେଲ୍‌ରୁ ବାହାରିଛନ୍ତି। ଗତ ଜୁଲାଇ ୨୪ରେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ।

New Project (31)

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଆଇଏଏସ୍‌ ଅଧିକାରୀ ଧୀମାନ ଚକମା ଗୁରୁବାର ସନ୍ଧ୍ୟାରେ ଜାମିନ ପାଇ ଭବାନୀପାଟଣା ଜେଲ୍‌ରୁ ବାହାରିଛନ୍ତି। ଗତ ଜୁଲାଇ ୨୪ରେ ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ। 

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ପୂର୍ବତନ ଉପଜିଲ୍ଲାପାଳ ଚକମା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଗତ ଜୁନ ୮ ତାରିଖରୁ ଭବାନୀପାଟଣା ଜେଲରେ ଥିଲେ। ଗତ ଜୁଲାଇ ୨୪ରେ ଓଡ଼ିଶା ହାଇକୋର୍ଟରେ ଜାମିନ ଆବେଦନର ଶୁଣାଣି ହୋଇଥିଲା। ମାନ୍ୟବର କୋର୍ଟ ଧୀମାନଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ଗୁରୁବାର ୫ ଲକ୍ଷ ଟଙ୍କା ମୁଚାଲିକା ସହିତ ଜଣେ ଜାମିନଦାର ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେବା ପରେ ସେ ଜେଲରୁ ବାହାରିଥିଲେ। ପ୍ରତ୍ୟେକ କୋର୍ଟ ତାରିଖରେ ବାଧ୍ୟତାମୂଳକ ହାଜର ହେବେ, ନଚେତ୍‌ ଆପରାଧିକ ମାମଲା ରୁଜୁ କରାଯିବ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ବିନା ଅନୁମତିରେ ବିଦେଶ ଯାତ୍ରାକୁ ବାରଣ କରାଯାଇଛି।

ନିଜ ଠିକଣା, ଇମେଲ ଓ ମୋବାଇଲ ନମ୍ବର ମଧ୍ୟ ସେ ପରିବର୍ତ୍ତନ କରିପାରିବେ ନାହିଁ ବୋଲି ସର୍ତ୍ତ ରହିଛି। ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ତାଙ୍କ ପାସପୋର୍ଟ ବି ଦାଖଲ କରାଯାଇଛି। ଗୁରୁବାର ସନ୍ଧ୍ୟା ୬ଟା ୪୫ରେ ଚକ୍‌ମା ଜେଲ୍‌ରୁ ବାହାରି କାର୍‌ ନଂ (ଓଡି ୦୨ ସିଏଲ୍‌ ୪୮୮୨)ରେ ଭୁବନେଶ୍ୱର ଅଭିମୁଖେ ଯାଇଥିଲେ।

Kalahandi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe