ଘୋଷଣା ଧୂଆଁ ବାଣ: ଶତ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ମାସମାସ ଧରି ମିଳୁନି ବର୍ଦ୍ଧିତ ଭତ୍ତା

ଯେଉଁମାନଙ୍କର ଶାରୀରିକ ବା ମାନସିକ ଅକ୍ଷମତା ୮୦ ପ୍ରତିଶତରୁ ଅଧିକ ଥିବ ସେମାନଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ଦେବା ପାଇଁ ସରକାର ନିୟମ କରିଛନ୍ତି। ମାତ୍ର ଏହି ବର୍ଦ୍ଧିତ ଭତ୍ତା ଟଙ୍କା ଦେବାକୁ ଟାଳଟୁଳ ନୀତି ଗ୍ରହଣ କରି ଅଯଥାରେ ବିଳମ୍ବ କରୁଛନ୍ତି।

kuchinda

କୁଚିଣ୍ଡା: ଯେଉଁମାନଙ୍କର ଶାରୀରିକ ବା ମାନସିକ ଅକ୍ଷମତା ୮୦ ପ୍ରତିଶତରୁ ଅଧିକ ଥିବ ସେମାନଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ଦେବା ପାଇଁ ସରକାର ନିୟମ କରିଛନ୍ତି। ମାତ୍ର ଏହି ବର୍ଦ୍ଧିତ ଭତ୍ତା ଟଙ୍କା ଦେବାକୁ ଟାଳଟୁଳ ନୀତି ଗ୍ରହଣ କରି ଅଯଥାରେ ବିଳମ୍ବ କରୁଛନ୍ତି। ଏହାର ଏକ ଉଦାହରଣ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ଗ୍ରାମ ପଞ୍ଚାୟତରେ ଦେଖିବାକୁ ମଲିଛି। ଏହି ପଞ୍ଚାୟତର ଗ୍ରାମର କରିସ୍ମା ମୁଖୀ (୨୫) ଶତ ପ୍ରତିଶତ ମାନସିକ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ତାଙ୍କୁ ଦୁଇ ମାସ ହେବ ବର୍ଦ୍ଧିତ ଭର୍ତ୍ତା ମିଳି ପାରିନାହିଁ।

ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ରାଜ୍ୟବାସୀଙ୍କୁ ଅଜସ୍ର ପ୍ରତିଶ୍ରୁତି ଦେଇଥିଲା। ଏହି କ୍ରମରେ ବିଜେପି କହିଥିଲା କ୍ଷମତାକୁ ଆସିଲେ ବାର୍ଦ୍ଧ୍ବକ୍ୟ ଭତ୍ତା ୩ ହଜାର ଟଙ୍କା ଦେବେ। କ୍ଷମତାକୁ ଆସିଲା ପରେ ଯେଉଁ ମାନଙ୍କର ଶାରୀରିକ ବା ମାନସିକ ଭିନ୍ନକ୍ଷମତା ୮୦ ପ୍ରତିଶତରୁ ଅଧିକ ହୋଇଥିବ ସେମାନଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ଦେବାକୁ ନିୟମ କଲେ। ମାତ୍ର ଏହି ଟଙ୍କା ଦେବାକୁ ବି ସରକାର ଟାଳଟୁଳ ନୀତି ଅବଲମ୍ବନ କରି ବହୁ ବିଳମ୍ବ କରୁଥିବା ଅଭିଯୋଗ ହେଉଛି। ବକ୍ସମା ଗ୍ରାମ ପଞ୍ଚାୟତର ଗ୍ରାମର କରିସ୍ମା ମୁଖୀ ଜନ୍ମରୁ ହିଁ ଭିନ୍ନକ୍ଷମ ଅଟନ୍ତି, ଭିନ୍ନକ୍ଷମ ଭତ୍ତା ମାସିକ ୧୨୦୦ ଟଙ୍କା ପାଉଛନ୍ତି।

ସରକାରଙ୍କ ଘୋଷଣା ପରେ ତାଙ୍କ ମାଁ ପୁରୁଣା ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରି ୩୫୦୦ ଟଙ୍କା ଦେବା ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବାରୁ ସେମାନେ ପୁରୂଣାରେ ହେବ ନାହିଁ ନୂଆ ସାର୍ଟିଫିକେଟ କରନ୍ତୁ ବୋଲି କହିବାରୁ ତାଙ୍କ ମାଁ ବହୁ କଷ୍ଟରେ କରିସ୍ମାଙ୍କ ଶତ ପ୍ରତିଶତ ମାନସିକ ଭିନ୍ନକ୍ଷମ ସାର୍ଟିଫିକେଟ ଆଣି ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ। ମାତ୍ର ଇତି ମଧ୍ୟରେ ଦୁଇ ମାସ ବିତି ଯାଇଥିଲେ ମଧ୍ୟ କରିସ୍ମାଙ୍କୁ ବର୍ଦ୍ଧିତ ଭତ୍ତା ମିଳି ପାରିନାହିଁ। ଏଣୁ ତାଙ୍କର ଔଷଧ ପତ୍ର ଏବଂ ଭରଣପୋଷଣରେ ବହୁ ଅସୁବିଧା ହେଉଥିବା ତାଙ୍କର ମାଁ ପ୍ରକାଶ କରିଛନ୍ତି। ତେବେ ଏ ବାବଦରେ ମତାମତ ପାଇଁ ବିଏସଏସଓ  ଇଉତି ଭୋଇଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ, ୩୫୦୦ ଟଙ୍କାର ଭର୍ତ୍ତା ମଞ୍ଜୁର କାମ ଏବେ ରାଜ୍ୟ ସ୍ତରରୁ ହେଉଛି, ଏହା ଆମ ହାତରେ ନାହିଁ। କରିସ୍ମାଙ୍କ ଭର୍ତ୍ତା ସେଠାରୁ ମଞ୍ଜୁର ହେଲେ ଆମେ ତାଙ୍କୁ ଏହା ତୁରନ୍ତ ପ୍ରଦାନ କରିବୁ।

Sambalpur

ରିପୋର୍ଟ: ଗଗନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe