ଆଦିବାସୀ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ: ଡାକ୍ତରୀ ରିପୋର୍ଟ ଆଧାରରେ ମାମଲା ରୁଜୁ

Advertisment

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରେ ଲଜ୍ଜା। ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ପୌର ପରିଷଦ ଅଧୀନରେ ବସବାସ କରୁଥିବା ଜଣେ ୧୦ ବର୍ଷ ବୟସର ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରେ ଲଜ୍ଜା। ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ପୌର ପରିଷଦ ଅଧୀନରେ ବସବାସ କରୁଥିବା ଜଣେ ୧୦ ବର୍ଷ ବୟସର ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି।

Rape in Rairangpur

Minor dibyanga raped in Rairangpur Photograph: (sambad.in )

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରରେ ଲଜ୍ଜା। ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ପୌର ପରିଷଦ ଅଧୀନରେ ବସବାସ କରୁଥିବା ଜଣେ ୧୦ ବର୍ଷ ବୟସର ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି। ଡାକ୍ତରଖାନାରେ ଚିକିତ୍ସା କରିଥିବା ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ଥାନାରେ ଏକ ମାମଲା ରୁଜୁ ହୋଇଛି। 

ସୂଚନା ଅନୁଯାୟୀ ଦିବ୍ୟାଙ୍ଗ ନାବାଳିକାର ବାପା ଓ ମାକ୍ଷ ଦିନମଜୁରୀ କରି ଘରକୁ ଫେରିଥିଲେ। ସେମାନେ ନାବାଳିକା ଝିଅ ନିରବ ଥିବା ଦେଖିବାକୁ ପାଇଥିଲେ। ନିରବ ରହିଥିବା ନାବାଳିକାଙ୍କ ମା’ ତାକୁ ବିଛଣାରୁ ଉଠାଇଥିଲେ। ଉଠାଇବା ପରେ ନାବାଳିକାଙ୍କ ଯୌନାଙ୍ଗରୁ ପ୍ରବଳ ରକ୍ତସ୍ରାବ ହେଉଥିଲା ଏବଂ ଝାଡା ହୋଇଥିବାର ଦେଖି ତାଙ୍କ ବାପାଙ୍କୁ ଜଣାଇଥିଲେ। ସଂଗେସଂଗେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।

ବାପା-ମା’ଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଜଣେ ୧୦ ବର୍ଷ ବୟସର ଦିବ୍ୟାଙ୍ଗକୁ ଦୁଷ୍କର୍ମ ଘଟଣା ରାଇରଂଗପୁରରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି। 

ତେବେ ଚିକିତ୍ସା କରୁଥିବା ଡାକ୍ତର ଓ ନାବାଳିକାଙ୍କ ବାପା-ମା’ ସନ୍ଦେହ କରିଲେ ଯେ ଦୁଷ୍କର୍ମ ହୋଇଛି। ରକ୍ତସ୍ରାବ ବନ୍ଦ ନହେବାରୁ ଡାକ୍ତର ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ। ତେବେ ବାରିପଦା ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟରେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଡାକ୍ତର ପରୀକ୍ଷା କରିବା ପରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଥାନାକୁ ରିପୋର୍ଟ ଦେବା ପରେ ଟାଉନଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଥାନାର ଏସଆଇ ମିନତୀ ନାଏକ ଘଟଣାର ତଦନ୍ତ ଜାରି ରଖିଛନ୍ତି। ସପେଟେ ଆଦିବାସୀ ନାବାଳିକା ପୀଡିତା ଜଣକ ଗୁରୁତର ଥିବା ସୂଚନା ମିଳିଛି। 

Mayurbhanj | rape

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe