ଫୁଟବଲ୍‌ ‌ମ୍ୟାଚ୍‌ ଦେଖି ଫେରୁଥିଲେ ଦିବ୍ୟାଙ୍ଗ ବୃଦ୍ଧ, ଟ୍ରେନ୍‌ ଧକ୍କାରେ ମୃତ୍ୟୁ

Advertisment

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ହାତୀଝୁରୀ ଗ୍ରାମର ଜନୈକ ଦିବ୍ୟାଙ୍ଗ ବୃଦ୍ଧଙ୍କର ବାଲେଶ୍ୱର-ବାଙ୍ଗିରିପୋଷି ମେମୁ ଟ୍ରେନ୍‌ ଧକ୍କାରେ ରବିବାର ଅପରାହ୍ନରେ ଶୋଚନୀୟ ମୃତ୍ୟୁ ଘଟିଛିl

ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ହାତୀଝୁରୀ ଗ୍ରାମର ଜନୈକ ଦିବ୍ୟାଙ୍ଗ ବୃଦ୍ଧଙ୍କର ବାଲେଶ୍ୱର-ବାଙ୍ଗିରିପୋଷି ମେମୁ ଟ୍ରେନ୍‌ ଧକ୍କାରେ ରବିବାର ଅପରାହ୍ନରେ ଶୋଚନୀୟ ମୃତ୍ୟୁ ଘଟିଛିl

train9

ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ହାତୀଝୁରୀ ଗ୍ରାମର ଜନୈକ ଦିବ୍ୟାଙ୍ଗ ବୃଦ୍ଧଙ୍କର ବାଲେଶ୍ୱର-ବାଙ୍ଗିରିପୋଷି ମେମୁ ଟ୍ରେନ୍‌ ଧକ୍କାରେ ରବିବାର ଅପରାହ୍ନରେ ଶୋଚନୀୟ ମୃତ୍ୟୁ ଘଟିଛିl ମୃତକ ହେଲେ ହାତୀଝୁରୀ ଗ୍ରାମର ଦିବ୍ୟାଙ୍ଗ ବୁଦ୍ଧିଆ ନାଏକ (୬୦)l

ବୁଦ୍ଧିଆ ଜନ୍ମରୁ ମୁକ ବଧିର ହୋଇଥିବାବେଳେ ଆଜି ଅପରାହ୍ନରେ ସେ ଖଇରିବଣି ସ୍ଥିତ ପଡ଼ିଆକୁ ଫୁଟବଲ ଖେଳ ଦେଖିବାକୁ ଯାଇଥିଲେl ତେବେ ସେ ଖେଳ ଦେଖିସାରି ହାତୀଝୁରୀସ୍ଥିତ ନିଜ ଘରକୁ ଫେରିବା ସମୟରେ ରେଳଧାରଣା ଉପରେ ଚାଲି ଚାଲି ଆସୁଥିଲେl 

ତେବେ ଅପରାହ୍ନ ପ୍ରାୟ ୩ଟା ୫୦ମିନିଟ ସମୟରେ ଯୁଗପୁରା ଷ୍ଟେସନ ଅତିକ୍ରମ କରି ବାଲେଶ୍ୱରରୁ ବାଙ୍ଗିରିପୋଷି ଅଭିମୁଖେ ମେମୁ ଟ୍ରେନ ଗତିକରୁଥିଲାl ବଧିର ହୋଇଥିବା ଯୋଗୁଁ ଟ୍ରେନ ଆସିବା ଶବ୍ଦ ବୁଦ୍ଧିଆକୁ ଜଣାପଡ଼ିନଥିଲାl ଯୋଉଁଥିପାଇଁ ସେ ରେଳଧାରଣାରୁ ତଳକୁ ଓହ୍ଲାଇ ପାରିନଥିଲା ଓ ଟ୍ରେନ ତାକୁ ଧକ୍କା ଦେଇଥିଲାl ଟ୍ରେନ୍‌ ଧକ୍କାରେ ବୁଦ୍ଧିଆର ଦୁଇ ଗୋଡ଼ କଟିଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲାl

ଏହି ଦୁର୍ଘଟଣା ରୁପ୍ସାରୁ ୧୪କିଲୋମିଟର ଦୂର ହାତୀଝୁରୀ ସ୍ଥିତ ୧୯/୨୦ ରେଳ ଖୁଣ୍ଟ ନିକଟରେ ହୋଇଥିବାବେଳେ ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ବୁଦ୍ଧିଆର ଶବ ଉଦ୍ଧାର ପୂର୍ବକ ଗ୍ରାମ ମଶାଣିରେ ଅନ୍ତିମ ସଂସ୍କାର କରିଥିଲେ। 

Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe