ନବ ଦାସ ହତ୍ୟା ମାମଲା: ଆଜି ହାଜର ନହୋଇ କ୍ରାଇମବ୍ରାଞ୍ଚକୁ ସମୟ ମାଗିବେ ବିଶାଳ ଓ ଦୀପାଳି

Advertisment

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦୀପାଳି ଦାସ ଓ ବିଶାଳ ଦାସଙ୍କୁ ହାଜର ହେବାକୁ ନୋଟିସ୍ ଆସିଥିଲା। କେଉଁ ତାରିଖରେ ଉପସ୍ଥିତ ହେବେ ସେନେଇ ଆଜି ଏକ ଚିଠିରେ କ୍ରାଇମବ୍ରାଞ୍ଚକୁ ଉତ୍ତର ଦେବେ। ଏନେଇ ବିଶାଳ ଦାସ ସୂଚନା ଦେଇଛନ୍ତି।

zxc

ଝାରସୁଗୁଡ଼ା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦୀପାଳି ଦାସ ଓ ବିଶାଳ ଦାସଙ୍କୁ ହାଜର ହେବାକୁ ନୋଟିସ୍ ଆସିଥିଲା। କେଉଁ ତାରିଖରେ ଉପସ୍ଥିତ ହେବେ ସେନେଇ ଆଜି ଏକ ଚିଠିରେ କ୍ରାଇମବ୍ରାଞ୍ଚକୁ ଉତ୍ତର ଦେବେ। ଉକ୍ତ ଚିଠିରେ କ୍ରାଇମବ୍ରାଞ୍ଚର ଟିମ୍ ତାଙ୍କ ବାସ ଭବନକୁ ଆସି ବୟାନ ରେକର୍ଡ କରିବାକୁ ଅନୁରୋଧ କରାଯିବ। କୌଣସି ବ୍ୟସ୍ତତା କାରଣରୁ ଆଜି ହାଜର ନହୋଇ ସମୟ ମଗା ଯାଇଥିବା ନେଇ ବିଶାଳ ଦାସ ସୂଚନା ଦେଇଛନ୍ତି।

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି। ଏବେ ସୁଦ୍ଧା କ୍ରାଇମବ୍ରାଞ୍ଚ ମାମଲାର ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିବା ବେଳେ ତଦନ୍ତରେ ଅନେକ ତ୍ରୁଟି ରହିଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ନିକଟରେ ନବ ଦାସଙ୍କ ପରିବାର ଲୋକ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିବେ ବୋଲି ଗଣ ମାଧ୍ୟମରେ କହିବା ପରେ ଏହି ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସେପଟେ ଗତ ସପ୍ତାହରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ବର୍ଗତ ଦାସଙ୍କ ପୁଅ ବିଶାଳ ଓ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ନୋଟିସ କରାଯାଇ ମାମଲା ସମ୍ପର୍କିତ କୌଣସି ଅଭିଯୋଗ ଥିଲେ ସପ୍ତାହକ ମଧ୍ୟରେ ହାଜର ହୋଇ ଅଭିଯୋଗ କରିବାକୁ କୁହା ଯାଇଥିଲା। କିନ୍ତୁ ଉଭୟେ ଆଜି ହାଜର ନ ହେବା ଫଳରେ ଏଥିନେଇ ନବ ଦାସଙ୍କ ପରିବାର ଦ୍ବନ୍ଦ୍ବରେ ଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe