ଅ‌ପ୍ରେଲ୍‌ ୧ରୁ ଭୁବନେଶ୍ବରରୁ ଗୋଆକୁ ଉଡ଼ିବ ବିମାନ

ବିମାନ ସେବା କ୍ଷେତ୍ରରେ ଓଡ଼ିଶା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଆସନ୍ତା ଅପ୍ରେଲ୍‌ ୧ ତାରିଖ ଠାରୁ ଉତ୍କଳ ଦିବସ ଅବସରରେ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବାକୁ ଯାଉଛି।

Flight service to Goa

Flight service to Goa Photograph: (sambad.in)

ଭୁବନେଶ୍ବର: ବିମାନ ସେବା କ୍ଷେତ୍ରରେ ଓଡ଼ିଶା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଆସନ୍ତା ଅପ୍ରେଲ୍‌ ୧ ତାରିଖ ଠାରୁ ଉତ୍କଳ ଦିବସ ଅବସରରେ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବାକୁ ଯାଉଛି। ଭୁବନେଶ୍ବରରୁ ଗୋଆକୁ ବିମାନ ସଂଯୋଗୀକରଣ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି। 

ରାଜ୍ୟ ସରକାରଙ୍କ ନ୍ୟୁ ଡେଷ୍ଟିନେସନ୍‌ ପଲିସି ଅନୁଯାୟୀ ଭୁବନେଶ୍ବରରୁ ଗୋଆକୁ ବିମାନ ଚଳାଚଳ କରିବ। ଆସନ୍ତା ଅପ୍ରେଲ୍‌ ୧ ତାରିଖ ଠାରୁ ଭୁବନେଶ୍ବରରୁ ଗୋଆକୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର ଦିନ ବିମାନ ଚଳାଚଳ କରିବ। ଘରୋଇ ବିମାନ କଂପାନି ‘ଇଣ୍ଡିଗୋ’ରେ ଭୁବନେଶ୍ବରରୁ ବିମାନଯାତ୍ରୀମାନେ ଗୋଆ ଯାଇପାରିବେ। ପୁଣି ଯାତ୍ରମାନେ ଚାହିଁଲେ ଗୋଆରୁ ଇଣ୍ଡିଗୋର ବିମାନରେ ଭୁବନେଶ୍ବର ଫେରିପାରିବେ।  

୨୦୨୫ ଅପ୍ରେଲ୍‌ ୧ ତାରିଖ ଠାରୁ ଓଡ଼ିଶାରୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବାକୁ ଯାଉଛି। ଭୁବନେଶ୍ବରରୁ ଗୋଆକୁ ବିମାନ ସଂଯୋଗୀକରଣ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି। 

କେନ୍ଦ୍ରର ସହାୟତାରେ ରାଜ୍ୟ ସରକାର ବିକଶିତ ଓଡ଼ିଶାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବିମାନ ଚଳାଇବା ପାଇଁ ପଦକ୍ଷେପ ନେଇଛନ୍ତି। ବିଗତ କିଛି ମାସ ମଧ୍ୟରେ ଦେଶର କିଛି ସହରକୁ ଭୁବନେଶ୍ବରରୁ ବିମାନ ଚଳାଚଳ ହୋଇପାରିଛି। ଏହି କ୍ରମରେ ଗୋଆକୁ ବିମାନ ଚଳାଚଳ କରିବା ଦ୍ବାରା ଉଭୟ ଓଡ଼ିଶା ଓ ଗୋଆର ପର୍ଯ୍ୟଟନ ଓ ବ୍ୟବସାୟ ଶିଳ୍ପ ବିକାଶରେ ସହାୟକ ହେବ। 

Odisha Tourism | Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe