ସେବା ବିବାଦକୁ ନେଇ ପୁଣି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ

ବଡୁ ସେବାୟତ ଓ ପୂଜା ପଣ୍ଡା ନିଯୋଗର ସେବା ବିବାଦକୁ ନେଇ ପୁଣି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ହୋଇଛି। ଗତକାଲି ସନ୍ଧ୍ୟାରୁ ଠାକୁରଙ୍କ କୌଣସି ନୀତି ହୋଇନଥିବା ବେଳେ ଦିଅଁ ଦକ୍ଷିଣ ଘରକୁ ବିଜେ କରିନାହାନ୍ତି।

zx

ଭୁବନେଶ୍ବର: ବଡୁ ସେବାୟତ ଓ ପୂଜା ପଣ୍ଡା ନିଯୋଗର ସେବା ବିବାଦକୁ ନେଇ ପୁଣି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ ହୋଇଛି। ଗତକାଲି ସନ୍ଧ୍ୟାରୁ ଠାକୁରଙ୍କ କୌଣସି ନୀତି ହୋଇନଥିବା ବେଳେ ଦିଅଁ ଦକ୍ଷିଣ ଘରକୁ ବିଜେ କରିନାହାନ୍ତି। ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ କରିଥାନ୍ତି। 

ଆଜି ମକର ସଂକ୍ରାନ୍ତି ପାଇଁ ଘୃତ୍ୟ କମଳ ଲାଗି ହୋଇଥାଏ। କିନ୍ତୁ ପୁନର୍ବାର ବଡୁ ସେବାୟତ ଏକୁଟିଆ ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ହେଲେ ପୂଜାପଣ୍ଡା ନିଯୋଗ ବିରୋଧ କରିବାରୁ ନୀତିରେ ସହଯୋଗ କରି ନଥିଲେ। ଏଥିପାଇଁ ମହାପ୍ରଭୁ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ବସି ରହିଛନ୍ତି । ବାରମ୍ବାର ଏପରି ମନମୁଖୀ କାର୍ଯ୍ୟ କରୁଥିବା ବେଳେ ଆଜି ସିଂହଦ୍ବାର ସମ୍ମୁଖରେ ପୂଜାପଣ୍ଡା ସର୍ବସାଧାରଣ ଦର୍ଶନ ବନ୍ଦ କରି ମିଳିତ ପ୍ରତିବାଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। 

ଏହାପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ । ଆଜି ମକର ସଂକ୍ରାନ୍ତି ପାଇଁ ଘୃତ୍ୟ କମଳ ଲାଗି ହୋଇଥାଏ। କିନ୍ତୁ ପୁନର୍ବାର ବଡୁ ସେବାୟତ ଏକୁଟିଆ ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ହେଲେ ପୂଜାପଣ୍ଡା ନିଯୋଗ ବିରୋଧ କରିବାରୁ ନୀତିରେ ସହଯୋଗ କରି ନଥିଲେ। ଏଥିପାଇଁ ମହାପ୍ରଭୁ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ବସି ରହିଛନ୍ତି । ବାରମ୍ବାର ଏପରି ମନମୁଖୀ କାର୍ଯ୍ୟ କରୁଥିବା ବେଳେ ଆଜି ସିଂହଦ୍ବାର ସମ୍ମୁଖରେ ପୂଜାପଣ୍ଡା ସର୍ବସାଧାରଣ ଦର୍ଶନ ବନ୍ଦ କରି ମିଳିତ ପ୍ରତିବାଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe