ମୁଖ୍ୟମନ୍ତ୍ରୀ ଜନଜାତି ମିସନ ତରଫରୁ ପାଣିପାମ୍ପ ବଣ୍ଟନ

ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ ଯୋଜନା ମାଧ୍ୟମରେ ଜନଜିତା ଜୀବିକା ପରିଷଦର ହିତାଧିକାରୀଙ୍କୁ ପାଣିପମ୍ପ ବଣ୍ଟନ କରାଯାଇଛି।

water pump distrubution

water pump distribution in Malkangiri. Photograph: (Sambad )

ମାଲକାନଗିରି: ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ ଯୋଜନା ମାଧ୍ୟମରେ ଜନଜିତା ଜୀବିକା ପରିଷଦର ହିତାଧିକାରୀଙ୍କୁ ପାଣିପମ୍ପ ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ କାଲିମେଳା, ମାଥିଲି ଓ ମାଲକାନଗିରି ବ୍ଲକର ଅଗ୍ରଣୀ ଆଦିବାସୀ ଚାଷମାନେ ଯୋଗ ଦେଇଥିଲେ। ପ୍ରକଳ୍ପ ପ୍ରଶାସକ ଦୁର୍ଯ୍ୟଧନ ଭୋଇ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ବିଜେପି ଜିଲ୍ଲା ସଭାପତି ଅଶୋକ ପରିଡା,ସାଂସଦ ପ୍ରତିନିଧି ସଂଜୟ ସରକାର ଓ ହରିବିଳାସ ମଣ୍ଡଳ, ବିଧାୟକ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ଏହି ବଣ୍ଟନର ଶୁଭାରମ୍ଭ କରିଥିଲେ।

ଆଇଟିଡିଏର ପ୍ରକଳ୍ପ ପରିଚାଳକ ବିଶ୍ବନାଥ ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ସଂପର୍କରେ କହିଥିଲେ। ବିଷୟବସ୍ତ ବିଶେଷଜ୍ଞ ଜଗନ୍ନାଥ ଖିଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଆଇଟିଡିଏର ପ୍ରକଳ୍ପ ପରିଚାଳକ ବିଶ୍ବନାଥ ମିଶ୍ର ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ସଂପର୍କରେ କହିଥିଲେ। ବିଷୟବସ୍ତ ବିଶେଷଜ୍ଞ ଜଗନ୍ନାଥ ଖିଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଓଡ଼ିଶା କୃଷି ଶିଳ୍ପ ନିଗମର ଜିଲ୍ଲା ପରିଚାଳକ ସାନ୍ତୁନୁ କୁମାର ସାମଲ ପାଣିପମ୍ପର ବ୍ୟବହାର ବିଷୟରେ ବୈଷୟିକ ଜ୍ଞାନ ପ୍ରଦାନ କରିଥିଲେ। ସରକାରଙ୍କର ଏଭଳି ସହଯୋଗ ପାଇଁ ସମସ୍ତ ହିତାଧିକାରୀ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe