ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର ପ୍ରଦାନ ସମାରୋହ

ସ୍ଥାନୀୟ ଓଏମପି ପରିସରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ଭି ଜିଲ୍ଲାପାଳ କୀର୍ତ୍ତି ଭାସନ୍ ସଭାପତିତ୍ବ କରିଥିଲେ।

kpt

ଜୟପୁର: ସ୍ଥାନୀୟ ଓଏମପି ପରିସରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ଭି ଜିଲ୍ଲାପାଳ କୀର୍ତ୍ତି ଭାସନ୍ ସଭାପତିତ୍ବ କରିଥିଲେ। କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଯୋଗଦେଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ, ଜାତୀୟ ଶିକ୍ଷକ ପୁରସ୍କାର ନିମନ୍ତେ ମନୋନୀତ ଶିକ୍ଷକ ଓ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିଥିବା କୁମୁଲି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଜୟପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାର ୧୪ଟି ବ୍ଲକ, ୨ଟି ପୌରାଚଂଳ, ୨ଟି ଏନଏଏସିର ୧୮୬୧ଜଣଙ୍କୁ  ସମ୍ବର୍ଦ୍ଦିତ କରାଯାଇଥିଲା। ଏଥିରେ ୯୪ଜଣଙ୍କୁ ଜିଲ୍ଲାସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସେହିପରି ବ୍ଲକସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ୧୪୨୩ଜଣ, ୩୧୫ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାଷାବୃତ୍ତି, ୭ଜଣ ମେଧାବୀ ବିଦ୍ୟାର୍ଥୀ ବୃତ୍ତି, ଅବସରପ୍ରାପ୍ତ ୫ଜଣ ମାଧ୍ୟମିକ ସ୍ତରରେ ଓ ୧୨ଜଣ ପ୍ରାଥମିକସ୍ତରରେ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାଟ୍ରିକରେ ଉନ୍ନତ ପରୀକ୍ଷାଫଳ ପ୍ରଦର୍ଶନ ପାଇଁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିଶେକ ଭୁଏଓ ସରକାରୀ ଉଚ୍ଚବିଦ୍ୟାଳୟ କୁମୁଲିର ପ୍ରଧାନଶିକ୍ଷକ ମାର୍କଣ୍ଡ ସତନାମୀ, ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ୩ଜଣ ସରକାରୀ ଉଚ୍ଚବିଦ୍ୟାଳୟ ବୋରିଗୁମ୍ମାର ସହକାରୀ ଶିକ୍ଷକ ଗୌରୀଶଙ୍କର ସାମନ୍ତରାୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ସହକାରୀ ଶିକ୍ଷକ(ଭାରପ୍ରାପ୍ତ ପ୍ରଧାନଶିକ୍ଷକ) ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଓ ବୈପାରୀଗୁଡା ବ୍ଲକର ଆରଭାଲୁଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କାହ୍ନୁଚରଣ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। 

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଏସପି ଅଭିନବ ସୋନକର,ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ , ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି ଭାଗ ନେଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ।ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଓ ଶିକ୍ଷୟତ୍ରୀ ପୂର୍ଣ୍ଣିମା ପତି ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋ ସ୍କୁଲ ଅଭିଯାନ ସଂଯୋଜକ ଭବେଶ କୁମାର ପତି ସଂଯୋଜନା କରିଥିବା ବେଳେ ଗୁଣାତ୍ମକ ଶିକ୍ଷା ସଂଯୋଜକ ଚନ୍ଦ୍ରକଳା ବଗର୍ତ୍ତି ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅନନ୍ତ ଦଳପତି, ପ୍ରଦୀପ ପାତ୍ର, ସାଗରିକା ମିଶ୍ର ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe