Advertisment

ସରକାରଙ୍କ ଗାଇଡଲାଇନ୍‌କୁ ଅଣଦେଖା: ରାତି ୯ଟା ପରେ ବି ଫୁଟିଲା ବାଣ

Advertisment

ଦୀପାବଳି ପାଇଁ ଆଜି ସନ୍ଧ୍ୟା ପରଠାରୁ ବାଣ ଫୁଟିବା ଆରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ବର, କଟକ, ସମ୍ବଲପୁର, ରାଉରକେଲା ସମେତ ରାଜ୍ୟର ଅନ୍ୟ ସହର ଓ ଗାଁରେ ଏକ ପ୍ରକାରର ଅଘୋଷିତ ବାଣ ଫୁଟା ପ୍ରତିଯୋଗିତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଦୀପାବଳି ପାଇଁ ଆଜି ସନ୍ଧ୍ୟା ପରଠାରୁ ବାଣ ଫୁଟିବା ଆରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ବର, କଟକ, ସମ୍ବଲପୁର, ରାଉରକେଲା ସମେତ ରାଜ୍ୟର ଅନ୍ୟ ସହର ଓ ଗାଁରେ ଏକ ପ୍ରକାରର ଅଘୋଷିତ ବାଣ ଫୁଟା ପ୍ରତିଯୋଗିତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

5713e4ab-0f25-425f-a00c-b91cf57814fb

ଭୁବନେଶ୍ବର: ଆଲୋକର ପର୍ବ ‘ଦୀପାବଳି’ ପାଇଁ ଗାଁରୁ ସହର ଯାଏଁ ଉତ୍ସବମୁଖର ହୋଇଉଠିଛି। ରାଜ୍ୟରେ ଆଜି ଅନେକ ଲୋକ ଦୀପାବଳି ପାଳନ କରୁଛନ୍ତି। କିନ୍ତୁ ଆସନ୍ତାକାଲି (ଶୁକ୍ରବାର) ମଧ୍ୟ ବାକି ଲୋକମାନେ ଦୀପାବଳି ପାଳନ କରିବେ। ଦୀପାବଳି ପାଇଁ ଆଜି ସନ୍ଧ୍ୟା ପରଠାରୁ ବାଣ ଫୁଟିବା ଆରମ୍ଭ ହୋଇଛି। ରାଜଧାନୀ ଭୁବନେଶ୍ବର, କଟକ, ସମ୍ବଲପୁର, ରାଉରକେଲା ସମେତ ରାଜ୍ୟର ଅନ୍ୟ ସହର ଓ ଗାଁରେ ଏକ ପ୍ରକାରର ଅଘୋଷିତ ବାଣ ଫୁଟା ପ୍ରତିଯୋଗିତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଲେକେ ନିଜର ଆର୍ଥିକ ସ୍ଥିତି ଦେଖି ବାଣ ଫୁଟାଇବାର ଟଙ୍କା ଖର୍ଚ୍ଚ କରିଛନ୍ତି। ତେବେ ବାଣ ଫୁଟାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ର ଗାଇଡଲାଇନ୍‌କୁ ଲୋକେ ଅଣଦେଖା କରଇଛନ୍ତି। 

ଦୀପାବଳି ପୂର୍ବରୁ ଗତ ୨୯ ତାରିଖ ଦିନ ଏସ୍‌ପିସିବି ପକ୍ଷରୁ କୁହାଯାଇଥିଲା ଯେ, ଦୀପାବଳି ଦିନ ଲୋକେ ରାତି ୭ଟାରୁ ୯ଟା ମଧ୍ୟରେ ମାତ୍ର ଦୁଇଘଣ୍ଟା ପାଇଁ ବାଣ ଫୁଟାନ୍ତୁ। ୧୨୫ ଡେସିବଲରୁ କମ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ପାଇଁ ଗାଇଡଲାଇନ୍‌ରେ କୁହାଯାଇଥିଲା। ମାତ୍ର ‘ଏସ୍‌ପିସିବି’ର ଗାଇଡଲାଇନ୍‌ ଉଲ୍ଲଂଘନ ହୋଇଥିବା ପରିଲକ୍ଷିତ ହୋଇଛି। ଆଜି ସୂର୍ଯ୍ୟ ଅସ୍ତ ହେବା ପରଠାରୁ ବାଣ ଫୁଟିବା ଆରମ୍ଭ ହୋଇଛି। ରାତି ୯ଟା ଅତିକ୍ରମ କରିସାରିଥିଲେ ମଧ୍ୟ ବାଣର ଶଦ୍ଦରେ ଓଡ଼ିଶାର ଆକାଶ ଗର୍ଜୁଛି। ବିଶେଷ ଭାବେ ସହରାଞ୍ଚଳରେ ଏହା ଅଧିକ ଦେଖାଯାଇଛି। 

ରାଜଧାନୀର ରାଜରାସ୍ତାରେ ବାଣ ଫୁଟିଛି। କମିସନରେଟ ପୁଲିସର ତାଗିଦକୁ ମଧ୍ୟ ବେଖାତିର କରୁଛନ୍ତି ରାଜଧାନୀବାସୀ। ଦୀପାବଳିରେ ରାସ୍ତାରେ ବାଣ ନଫୁଟାଇବା ପାଇଁ ପୂର୍ବରୁ କମିସନରେଟ ପୁଲିସ ତରଫରୁ ବାରମ୍ବାର ସତର୍କ କରାଯାଇଥିଲେ ବି ଏହାକୁ କେହି ମାନୁନଥିବା ଚିତ୍ର ରାଜଧାନୀରେ ଦେଖିବାକୁ ମିଳିଛି। ସିଧାସଳଖ ରାସ୍ତା ମଝିରେ ଫିଟୁଛି ବିଭିନ୍ନ ପ୍ରକାର ବାଣ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଟୋଇ। ପୁଲିସ ପାଟ୍ରୋଲିଂ କରୁନାହିଁ। ତେଣୁ ଲୋକମାନେ ମନଇଚ୍ଛା ରାସ୍ତାଉପରକୁ ଆସିକି ବାଣ ଫୁଟାଉଥିବା ଅଭିଯୋଗ ହୋଇଛି। 

କ’ଣ ଥିଲା ଗାଇଡଲାଇନ୍‌?

ଏସ୍‌ପିସିବି ପକ୍ଷରୁ ଗାଇଡଲାଇନ୍‌  କୁହାଯାଇଛି ଯେ, ରାଜ୍ୟବାସୀ ଦୀପ ଜାଳି ଦୀପାବଳି ପାଳନ କରନ୍ତୁ। ସେହିପରି ରାତି ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାନ୍ତୁ। ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ବାଣ ଠାରୁ ଦୂରରେ ରୁହନ୍ତୁ। ୧୨୫ରୁ କମ୍ ଡେସିବଲ ଶଦ୍ଦ ସୃଷ୍ଟି କରୁଥିବା ବାଣ ଫୁଟାନ୍ତୁ। ସର୍ବସାଧାରଣ ବଗିଚା ଅର୍ଥାତ ପାର୍କ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ପ୍ରତିଷ୍ଠାନ ଠାରୁ ୧୦୦ ମିଟର ଭିତରେ ବାଣ ଫୁଟାନ୍ତୁ ନାହିଁ। ବସ୍ତି ଅଞ୍ଚଳରେ ବାଣ ଫୁଟାଇବାକୁ ମାର୍ଗଦର୍ଶିକାରେ ବାରଣ କରାଯାଇଛି। 

ଦୀପାବଳି ଜୀବନ ପାଇଁ ଖୁସି ଆଣିଥାଏ। କିନ୍ତୁ ସତର୍କ ହୋଇ ପର୍ବ ପାଳନ ନକଲେ ଦୁଃଖ ମଧ୍ୟ ଆସିବାର ଆଶଙ୍କା ରହିଥାଏ। କେବଳ ସେତିକି ନୁହେଁ। ତେଣୁ ସତର୍କତାର ସହିତ ଦୀପାବଳି ପାଳନ କରାଗଲେ ନିଜେ ଖୁସି ରହିବା ସହିତ ଆମ ସମାଜରେ ଅନ୍ୟମାନେ ମଧ୍ୟ ଖୁସିରେ ରହିବେ। ଦୀପାବଳିରେ ପ୍ରଦୂଷଣ ହେଉଛି ଅନ୍ୟତମ କାରଣ। ଦିଲ୍ଲୀ, ପଂଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ବିଗତ କିଛି ବର୍ଷ ହେଲା ଦୀପାବଳି ପରବର୍ତ୍ତୀ ଦିନ ବାୟୂର ଗୁଣବତ୍ତା ବହୁତ ନିମ୍ନ ସ୍ତରକୁ ଚାଲିଯାଉଛି।

ବାଣ ଫୁଟାଇବା ବେଳେ ସତର୍କ ରୁହନ୍ତୁ। କେବଳ ଗ୍ରୀନ ବାଣ ଫୁଟାଇଲେ ଭଲ। ଅଧିକ ଶଦ୍ଦ ସୃଷ୍ଟି କରୁଥିବା ବାଣ ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଦିଅନ୍ତୁ ନାହିଁ ଏବଂ ବାଣ ଫୁଟାଇବା ବେଳେ ସର୍ବଦା କପଡ଼ା ପୋଷାକ ପିନ୍ଧନ୍ତୁ। ସୁପ୍ରିମକୋର୍ଟ ମଧ୍ୟ କହିଛନ୍ତି, ସବୁଜ ବାଣ ବ୍ୟତୀତ ଅନ୍ୟ ବାଣର ପ୍ରସ୍ତୁତି ଓ ବିକ୍ରିକୁ ବାରଣ କରିଛନ୍ତି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe